ରଥଯାତ୍ରାରେ ପାଗ ଶୁଖିଲା ରହିବାର ସମ୍ଭାବନା
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ଛତିଶଗଡ଼ ମୁହାଁ ହେଉଥିବା ଜଣାପଡ଼ିଛି। ଫଳରେ ଆଗାମୀ ୨ ଦିନ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣି ପାଗ କେନ୍ଦ୍ରରୁ ପକ୍ଷରୁ ସୂଚନା ମିଳିଛି। ଗୁରୁବାର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦିନ ପାଗ ଶୁଖିଲା ରହିବାର ସମ୍ଭାବନା ରହିବା ନେଇ ପାଣି ପାଗ ବିଭାଗ ପୂର୍ବାନୁମାନ କରିଛି। ଗତ ୩ ଦିନ ହେବ ରାଜ୍ୟର ବିଭିନ୍ନ ଜିଲାରେ ଲଘୁଚାପ ଜନିତ ବର୍ଷା ହେଉଥିଲା। ତେବେ ବୁଧବାର କେତେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ଆସନ୍ତା ୨ ଦିନ ପାଗ ଶୁଖିଲା ରହିବା ନେଇ ସମ୍ଭାବନା ରହିଛି। ଏତଦ ବ୍ୟତୀତ ଆସନ୍ତା ୫ ତାରିଖରୁ ରାଜ୍ୟର ଅନେକ ସ୍ଥାନରେ ମୌସୁମୀ ବର୍ଷା ଜାରି ରହିବା ନେଇ ପାଣି ପାଗ ପକ୍ଷରୁ ସୂଚନା ମିଳିଛି।
Comments are closed.