www.samajalive.in
Saturday, December 6, 2025
26.1 C
Bhubaneswar

ଏଥର ବଡ଼ଦାଣ୍ଡରେ ଗଡ଼ିବନି ରଥ; ସୁପ୍ରିମକୋର୍ଟ ଲଗାଇଲେ ଅଙ୍କୁଶ

ପୁରୀ/ନୂଆଦିଲ୍ଲୀ: ପୁରୀରେ ଏଥର ରଥଯାତ୍ରା ହେବନି। ସୁପ୍ରିମକୋର୍ଟ ଗୁରୁବାର ଏ ନେଇ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। କେବଳ ପୁରୀ ନୁହେଁ, ଓଡ଼ିଶା ଏବଂ ଦେଶର କୌଣସି ସ୍ଥାନରେ ଚଳିତବର୍ଷ ରଥଯାତ୍ରା ଆୟୋଜନ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହା ପରେ ରଥଯାତ୍ରା ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି।

ସୁପ୍ରିମକୋର୍ଟରେ ଆଗତ ୨ଟି ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଏସ.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ରଥଯାତ୍ରା ପାଇଁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା ଦେବେ ନାହିଁ। ଲୋକଙ୍କ ସୁରକ୍ଷା ଏବଂ ଜନସ୍ବାର୍ଥ ପାଇଁ ରଥଯାତ୍ରା ବନ୍ଦ ହେବ। ଓଡ଼ିଶାର କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, ରଥଯାତ୍ରା ପ୍ରସଙ୍ଗରେ ହାଇକୋର୍ଟଙ୍କ ଏକ ରାୟକୁ ଚ୍ୟାଲେଞ୍ଜ କରି ଭାରତ ବିକାଶ ପରିଷଦ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଥିଲା। ରଥଯାତ୍ରା ବନ୍ଦ କରିବାକୁ ଭାରତ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ମାତ୍ର ହାଇକୋର୍ଟ ରଥଯାତ୍ରା ଭାଗ୍ୟ ରାଜ୍ୟ ସରକାରଙ୍କ ଉପରେ ଛାଡ଼ି ଦେଇଥିଲେ। ସ୍ଥିତିକୁ ଦୃଷ୍ଟିରେ ରଖି ରଥଯାତ୍ରା ହେବ କି ନାହିଁ ସେ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବାକୁ ହାଇକୋର୍ଟ ରାୟ ଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ଭାରତ ବିକାଶ ପରିଷଦ ସୁପ୍ରିମକୋର୍ଟରେ ଏକ ସ୍ପେଶାଲ୍‌ ଲିଭ୍‌ ପିଟିଶନ ଦାୟର କରିଛି। ଏହା ପୂର୍ବରୁ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟରେ ରଥଯାତ୍ରାକୁ ଏକ ମାମଲା ରୁଜୁ ହୋଇଥିଲା। ୨ଟି ଯାକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି।

ସାଧାରଣ ଓଡ଼ିଆ ତଥା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ ମହାପ୍ରଭୁୁ ଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟରେ ଭିନ୍ନ ଭିନ୍ନ ତଥ୍ୟ ଉପସ୍ଥାପନ କରାଯାଇଥିଲା। ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବା ଓଡ଼ିଶା ବିକାଶ ପରିଷଦ ଅନୁଯାୟୀ, କରୋନା ସଂକ୍ରମଣକୁ ରୋକିବା ପାଇଁ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଚଳିତ ବର୍ଷ ରଥଯାତ୍ରା ଆୟୋଜନକୁ ସ୍ଥଗିତ ରଖାଯାଉ ବୋଲି ଦର୍ଶାଯାଇଥିଲା। ଧାର୍ମିୟ ଅନୁଷ୍ଠାନଗୁଡ଼ିକୁ ଜୁନ ୩୦ ପର୍ୟ୍ୟନ୍ତ ବନ୍ଦ ରଖିବାକୁ ଓଡ଼ିଶା ସରକାର ନିର୍ଦେଶନାମା ଜାରି କରିଛନ୍ତି। ଗତ ବର୍ଷ ୧୦ ଲକ୍ଷ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ପୁଲିସ ବନ୍ଦୋବସ୍ତ କରାଯାଇଥିଲା। ଚଳିତ ବର୍ଷ ରଥଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ ବେଳେ ସାମାଜିକ ଦୂରତ୍ୱ ପାଳନ କରିବା ଆଦୌ ସମ୍ଭବ ନୁହେଁ ବୋଲି ପିଟିସନରେ ଆଶଙ୍କା କରାଯାଇଛି।

ପୂର୍ବରୁ ପୁରୀ ଜିଲା ଗ୍ରୀନ ଜୋନରେ ରହିଥିବା ବେଳେ ଗତ କିଛି ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପରେ ରାଜ୍ୟ ସରକାର ପୁରୀକୁ ହାଇ ରିସ୍କ ଜୋନ ଶ୍ରେଣୀରେ ସ୍ଥାନିତ କରିଛନ୍ତି ବୋଲି ପରିଷଦ ତରଫରୁ ରିଟ ପିଟିସନରେ ଦର୍ଶାଯାଇଥିଲା। ତେବେ ଓଡ଼ିଶା ବିକାଶ ପରିଷଦ ତରଫରୁ ସମ୍ବିଧାନର ଧାରା ୩୨ ଅନୁଯାୟୀ ସୁପ୍ରିମକୋର୍ଟରେ ଦାଖଲ ରିଟ ଆବେଦନର ଆଇନଗତ ବୈଧତା ନେଇ ପ୍ରଶ୍ନ ଉଠାଇଥିଲେ ପ୍ରତିପକ୍ଷ।

Hot this week

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

Related Articles

Popular Categories