www.samajalive.in
Friday, December 12, 2025
16.1 C
Bhubaneswar

ବୌଦ୍ଧରେ ରଥଯାତ୍ରା କରିବା ପାଇଁ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ଦାବୀ

ବୌଦ୍ଧ : ବୌଦ୍ଧର ପ୍ରସିଦ୍ଧ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ତଥା ଦେବୋତର ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ପୁର୍ବରୁ ଅନୂଷ୍ଠିତ ହୋଇଥିବା ବୈଠକର ନିଷ୍ପତି ଉପରେ ଆଲୋଚନା କରାଯାଇଥିଲା। ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ସମାନ ଆଇନ ବ୍ୟବସ୍ଥା କରାଯାଇ ରଥଯାତ୍ରା ଆୟୋଜନ କରିବା ପାଇଁ ଦାବୀପତ୍ର ଉପସ୍ଥାପନ କରାଯାଇଥିଲା। ଉପ ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର ସରକାର ସବୁଜିଲ୍ଲାରେ ରଥଯାତ୍ରା ପାଳନ ପାଇଁ ଆଇନ ପ୍ରଣୟନ କଲେ ବୌଦ୍ଧରେ ମଧ୍ୟ ରଥଯାତ୍ରା ପାଳନ କରାଯିବ ବୋଲି ମତପ୍ରକାଶ କରିଥିଲେ। ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ନୀତି କୋଭିଡ ନିୟମକୁ କଡାକଡି ଭାବେ ପାଳନକରି ଶାନ୍ତି ଶୃଙ୍ଖଳାରେ କିପରି ସମାପନ ହୋଇପାରିବ ଆଲୋଚନା ହୋଇଥିଲା। ବ୍ରାହ୍ମଣ ସମାଜ, ମନ୍ଦିର ପରିଚାଳନା କମିଟି ଓ ସେବାୟତମାନଙ୍କର ୧୮ବର୍ଷରୁ ଅଧିକ ଏବଂ ୬୦ବର୍ଷରୁ କମ ବୟସ ବ୍ୟକ୍ତିମାନଙ୍କୁ ସାମିଲ କରିବା ପାଇଁ ନିଷ୍ପତି ନିଆଯାଇଥିଲା।

ସରକାରଙ୍କ ଗାଇଡଲାଇନ ଅନୁଯାୟୀ ୨୦ଜଣ ସେବକଙ୍କୁ ନେଇ ଦେବସ୍ନାନ ନୀତିକାନ୍ତି କରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ ରଥଯାତ୍ରା ନିମନ୍ତେ ପୁନର୍ବାର ବୈଠକ ଡକାଯାଇ ଏଥିରେ ପରିବର୍ତନ କରାଯିବ ବୋଲି ପ୍ରସ୍ତାବ ଦେଇଥିଲେ। ବ୍ରାହ୍ମଣ ସମାଜ, ମନ୍ଦିର ପରିଚାଳନା କମିଟି ଓ ସେବାୟତମାନଙ୍କ ତାଲିକା ପ୍ରସ୍ତୁତ କରାଯାଇ ଅନୁମତି ପତ୍ର ପ୍ରଦାନ କରାଯିବ ବୋଲି ବୈଠକରେ ଉପ ଜିଲ୍ଲାପାଳ ନିଷ୍ପତି ପ୍ରଦାନ କରିଥିଲେ। କୋଭିଡ ନିୟମ ଅନୁସାରେ ଗତବର୍ଷ ଭଳି ସାମ୍ବାଦିକମାନଙ୍କୁ ଏବଂ ମନ୍ଦିର ଭିତରକୁ ମୋବାଇଲ ନେବାପାଇଁ ବାରଣ କରାଯିବ। ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆସୁଥିବା ଅନୁଦାନ ମଗାଯିବା ପାଇଁ ଏବଂ ଦେବସ୍ନାନ ପୁର୍ଣ୍ଣିମା ଠାରୁ ଏକାଦଶୀରେ ହେଉଥିବା ସୁନାବେଶ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ଦେବୋତର ବିଭାଗ କରିବା ପାଇଁ ପ୍ରସ୍ତାବ ଗୃହିତ କରାଯାଇଥିଲା। ଏହି ବୈଠକରେ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ସଭାପତି ଗୁରୁପ୍ରସାଦ ଦାଶ, ସଂପାଦକ ଦେବାଶିଷ ପୁରୋହିତ, ମନ୍ଦିର ପରିଚାଳନା କମିଟି ପକ୍ଷରୁ ସଂପାଦକ ବିଶ୍ୱଜିତ ମିଶ୍ର, ବରିଷ୍ଠ ସଦସ୍ୟ ଶଙ୍କର ପ୍ରସାଦ ପୁରୋହିତ, ପୁଜକ ବିଭୁଦତ ପଣ୍ଡା ଓ ସର୍ବେଶ୍ୱର ଦାନୀ ଉପସ୍ଥିତ ରହିଥିଲେ।

- Advertisement -

 

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories