www.samajalive.in
Saturday, December 13, 2025
26.1 C
Bhubaneswar

ନବ ନିଯୁକ୍ତ ୨୯ ଜଣ ଗ୍ରାମରୋଜଗାର ସେବକଙ୍କୁ ନିଯୁକ୍ତିପତ୍ର ପ୍ରଦାନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ବହୁଦିନରୁ ଖାଲି ପଡି ଥିବା ଗ୍ରାମ ରୋଜଗାର ସେବକ ପଦବୀ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ଉଦ୍ୟମ କ୍ରମେ ପୂରଣ ହୋଇପାରିଛି ।
ଏହି ନବ ନିଯୁକ୍ତି ପାଇଥିବା ଗ୍ରାମ ରୋଜଗାର ସେବକ ମାନଙ୍କୁ ନଯୁକ୍ତି ପତ୍ର ପ୍ରଦାନ କରିବା ପାଇଁ ଜିଲ୍ଲାପରିଷଦ ରାଜୀବ ଭବନ ଠାରେ କରୋନା କଟକଣା ନିୟମାନୁଯାୟୀ ସାମାଜିକ ଦୂରତା ଅବଲମ୍ବନ କରି ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ମୁଖ୍ୟ ଅଥିତି ଭାବରେ ଯୋଗଦେଇ ନବ ନିଯୁକ୍ତି ପାଇଥିବା ୨୯ ଜଣ ଗ୍ରାମ ରୋଜଗାର ସେବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଅନ୍ତର୍ଜାତୀୟ ଯୋଗା ଦିବସ ପାଳନ ଅବସରରେ ନିଯୁକ୍ତି ପତ୍ର ପ୍ରଦାନ କାର୍ୟକ୍ରମ ଆୟାଜନ କରାଯାଇଥିବାରୁ ଏହି ଶୁଭ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଗ୍ରାମ ରୋଜଗାର ସେବକ ମାନଙ୍କ ମୁଖ୍ୟ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ତୃଣମୂଳ ସ୍ତରରେ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଯୋଜନାର ସଫଳ ରୂପାୟନରେ ଗ୍ରାମ ରୋଜଗାର ସେବକ ମାନଙ୍କ ଗୁରୁ ଦାୟିତ୍ଵ ଥିବାରୁ କର୍ମବୀର ସାଜି କର୍ତ୍ତବ୍ୟ ପରାୟଣ ହୋଇ ନିଷ୍ଠାପର ଭାବରେ ସେବା ମନୋଭାବ ନେଇ ନିଜ ନିଜର ଦାୟିତ୍ଵ ସୁଚାରୁରୂପେ ତୁଲାଇବା ପାଇଁ ପରାମର୍ଶ ଦେଇଥିଲେ।
ଜିଲ୍ଲାପାଳଙ୍କ ଠାରୁ ନିଯୁକ୍ତି ପତ୍ର ପାଇଥିବା ୨୯ ଜଣଙ୍କ ମଧ୍ୟରୁ ମାତ୍ର ୭ ଜଣ ପୁରୁଷ ରହିଥିବା ବେଳେ ବାକି ସମସ୍ତେ ମହିଳା ଅଟନ୍ତି। ଅବଶିଷ୍ଟ ଯୋଗ୍ୟ ୪ ଜଣ ମୂଳ ନକଲ ଦାଖଲ କଲାପରେ ତାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ବୋଲି ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରକାଶ କରିଥିଲେ। ନିଯୁକ୍ତି ପାଇଥିବା ସମସ୍ତ ଗ୍ରାମ ରୋଜଗାର ସେବକ ମାନଙ୍କୁ ଦୁଇ ଦିନ ଜିଲ୍ଲାପରିଷଦ ରାଜୀବ ଭବନ ଠାରେ ପ୍ରଶିକ୍ଷଣ ଦିଆଯିବ। ଏହି କାର୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରତ୍ନାକର ସାହୁ ଯୋଗଦେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଗ୍ରାମ ରୋଜଗାର ସେବକ ମାନଙ୍କ କାର୍ୟ୍ୟ,ଦାୟିତ୍ଵ ବିଷୟରେ ସୂଚନା ଦେଇ ନିଜ ନିଜର ଦାୟିତ୍ଵ ଠିକ୍ ଭାବରେ ତୁଲାଇବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲ୍ ଯୋଗଦେଇଥିଲେ। ନିଯୁକ୍ତି ଚୟନ ପ୍ରକ୍ରିୟାରେ କୁମାରୀ ବବିତା ପଟ୍ଟନାୟକ, ବରିଷ୍ଠ ରାଜସ୍ବ ସହାୟିକା, ମହମ୍ମଦ ସାହି ଅକ୍ତେ, କନିଷ୍ଠ ରାଜସ୍ବ ସହାୟକ ସହାୟତା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories