ବୁଧବାର ରାଶିଫଳ

0

ମେଷ: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ନିଜ କାର୍ଯ୍ୟର ସମୀକ୍ଷା କରିବେ। କୀର୍ତ୍ତିମାନ ହୋଇପାରନ୍ତି। ଧନାଗମ ହେବ। ସୁଯୋଗର ସଦ୍‌ବ୍ୟବହାର କରିପାରନ୍ତି। ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ। ମନ୍ତ୍ରଣା ଶକ୍ତିଯୁକ୍ତ ହୋଇପାରନ୍ତି।

ବୃଷ: ସ୍ଥାନ ଲାଭ ହୋଇପାରେ। ପୁରାତନ ରୋଗରୁ ଆରୋଗ୍ୟ ହେବେ। କର୍ମକ୍ଷେତ୍ରରେ ସମ୍ମାନିତ ହେବେ। ଶ୍ରମର ଉଚିତ୍‌ ମୂଲ୍ୟାୟନ ହେବ। ଭାବ ପ୍ରବଣତା ବୃଦ୍ଧି ପାଇପାରେ। ସ୍ୱାସ୍ଥ୍ୟ ପ୍ରତି ସଚେତନତା ବୃଦ୍ଧି ପାଇପାରେ। ସ୍ୱାସ୍ଥ୍ୟ ପ୍ରତି ସଚେତନତା ହେବେ। ପୁଷ୍ଟି ସାଧନ ହୋଇପାରେ।

ମିଥୁନ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତି ଘଟିପାରେ। ନିଜର ଆଦର୍ଶକୁ ନେଇ ଯୋଜନା ପ୍ରସ୍ତୁତ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସତ୍‌କର୍ମରେ ନିୟୋଜିତ ହେବେ।

କର୍କଟ: ବିପଦ ଟଳି ଯିବ; ମାତ୍ର ଆଶଙ୍କା ଭିତରେ ରହିବେ। ଆତ୍ମୀୟଙ୍କ ପାଇଁ ଦୁଃଖଭୋଗ କରିପାରନ୍ତି। ଶତ୍ରୁତାରୁ ନିବୃତ୍ତ ରହିବେ। ରୋଗ ଉପଶମ ହେବ। ଧନ ପ୍ରାପ୍ତିର ସୂଚନା ମିଳୁଛି। ଧୈର୍ଯ୍ୟର ସହ କାର୍ଯ୍ୟ କଲେ ସୁଖୀ ହେବେ। ମନ ପ୍ରସନ୍ନ ରହିବ।

ସିଂହ: କାର୍ଯ୍ୟ ଧାରାରେ ପରିବର୍ତ୍ତନ ଘଟାଇ ପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ବ୍ୟବହାରିକ ଜ୍ଞାନର ବିକାଶ ଘଟାଇ ପାରନ୍ତି। ପୁତ୍ର ସହିତ ଧନାଦି ଲାଭ ହୋଇପାରେ। ଉପାର୍ଜନ ଶୈଳୀକୁ ବଦଳାଇ ଦେଇପାରନ୍ତି। ଅଭିବୃଦ୍ଧିର ହାର ବଢ଼ିବ।

କନ୍ୟା: ଉପାର୍ଜନ ଯଥେଷ୍ଟ ପରିମାଣର ହୋଇପାରେ। ଅଟକି ରହିଥିବା ପୁରାତନ ଧନ ପ୍ରାପ୍ତ ହେବେ। ଭବିଷ୍ୟନିଧି ପାଣ୍ଠି ମିଳିପାରେ। ହର୍ଷଯୁକ୍ତ ହେବେ। ଭାଷା ଜ୍ଞାନ ଗରିମାରେ ଢ଼େର ଉନ୍ନତି ଘଟିବ। ବହୁ ବସ୍ତୁର ଅଧିକାରୀ ହୋଇପାରନ୍ତି।

ତୁଳା: ଅସୁସ୍ଥତାର ଅବସାନ ଘଟିବ। ଶତ୍ରୁ ବିନାଶ ହେବେ। ଶୋକାକୁଳ ସ୍ଥିତିରୁ ଉଧୁରି ଯାଇପାରନ୍ତି। ଅଶାନ୍ତି ଦୂର ହେବ। ବହୁଦିନରୁ ଅଟକି ଥିବା ଧନପ୍ରାପ୍ତ ହେବେ। ଉଦ୍ୟମରେ ସଫଳତା ଲାଭ କରିବେ। ନୂତନ ଚୁକ୍ତି କରି ପାରନ୍ତି। ସବୁଠାରେ ବିଜୟୀ ହେବେ।

ବିଛା: ପରୋପକାର କରି ଅବଦସ୍ତ ହୋଇପାରନ୍ତି। ଆଶାବାଦୀ ହେବେ। ପ୍ରାରବ୍ଧ କର୍ମଫଳ ଭୋଗ କରିପାରନ୍ତି। ଚିକିତ୍ସା ସହାୟତା ପାଇ ପାରନ୍ତି। ନିଜସ୍ୱ ମତକୁ ଦୃଢ଼ତାର ସହ ଅବସ୍ଥାପିତ କରିବେ। କୌଣସି ସଂସ୍ଥା ସହ ଚୁକ୍ତି କରି କୃତକାର୍ଯ୍ୟ ହୋଇପାରନ୍ତି।

ଧନୁ: ଇଚ୍ଛା କରୁଥିବା କାର୍ଯ୍ୟ ହସ୍ତଗତ ହୋଇପାରେ। ଦ୍ୱିଧାଗ୍ରସ୍ତ ହୋଇପାରନ୍ତି। ସଞ୍ଚୟ ମନୋଭାବ ସୃଷ୍ଟି ହୋଇପାରେ। ଧନବୃଦ୍ଧିର ଲାଗି ଉଦ୍ୟମ ଜାରି ରଖିବେ। ସଫଳତା ମିଳିବ। ବୌଦ୍ଧିକ ବିକାଶ ଘଟିବ। ସାଙ୍ଗଠନିକ କାର୍ଯ୍ୟରେ ଦକ୍ଷତା ସହ ଲୋକପ୍ରିୟ ହେବେ।

ମକର: ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ହୋଇପାରନ୍ତି। ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିପାରନ୍ତି। ସ୍ଥାନ ପ୍ରାପ୍ତିର ସୂଚନା ମିଳୁଛି। ଧନଲାଭ ହୋଇପାରେ। ଆନନ୍ଦ, ଉପଭୋଗ କରିପାରନ୍ତି। ଆରୋଗ୍ୟ ରହିବେ। ଶତ୍ରୁନାଶ କରିପାରନ୍ତି। କଥାର ମୂଲ୍ୟ ରହିବ।

କୁମ୍ଭ: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ପୁରାତନ ରୋଗରୁ ମୁକ୍ତ ହେବେ। ଭୂମି ଲାଭ ଯୋଗ ଅଛି। ଭୂ ସମ୍ପତ୍ତି ନେଇ ଲାଗିଥିବା ବିବାଦର ସମାଧାନ ହେବ। ଧନ ଲାଭ ହେବ। ବନ୍ଧୁ ସହଯୋଗ ଆଶାକରାଯାଏ। ସମ୍ପଦ ପ୍ରାପ୍ତିର ସୂଚନା ମିଳୁଛି। ଉଚ୍ଚ ମାନବୀୟ ଗୁଣର ବିକାଶ ଘଟିବ।

ମୀନ: ବହୁ ଶୁଭଫଳ ଆଶା କରାଯାଏ। ସ୍ୱଳ୍ପ ପରିଶ୍ରମ କରି ଅଧିକ ଆଶା କରିପାରନ୍ତି। ଧନଲାଭ ହେବାର ସୂଚନା ମିଳୁଛି। ଶିକ୍ଷାନୁଷ୍ଠାନ ଆଦି କାର୍ଯ୍ୟରେ ସଫଳତା ଆଶା କରାଯାଏ। ମେଧାର ବିକାଶ ଘଟିବ। ଦ୍ୱୈତ୍ୟଭାବନା ଯୋଗୁଁ ନିଷ୍ପତ୍ତି ନେବା କଷ୍ଟ ସାଧ୍ୟ ହେବ।

Leave A Reply