ବୁଧବାର ରାଶିଫଳ
ମେଷ: ଧନ-ସମ୍ପଦ ବୃଦ୍ଧିର ସୂଚନା ମିଳୁଛି। ବହୁ ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତ ହେବେ।
ବୃଷ: ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତ ହେବ। ସୁଯୋଗ ସୃଷ୍ଟି ହୋଇଛି। କୁଳ-ବଂଶର ସମ୍ମାନ ରକ୍ଷା କରିବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରି ନମସ୍ୟ ହେବେ।
ମିଥୁନ: ବିବାଦୀୟ ଘଟଣାରେ ବିଜୟୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧର୍ମାତ୍ମା, ବିଦ୍ୱାନ ଓ ସାହସୀ ହେବେ।
କର୍କଟ: ଜମି ବାଡ଼ି ବିବାଦରେ ଜଡ଼ିତ ହୋଇ ପାରନ୍ତି। ସାମାନ୍ୟ ଅସୁସ୍ଥ ଅନୁଭବ କରିବେ। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ। ଜଳଯାତ୍ରା ମନା।
ସିଂହ: କର୍ମକ୍ଷେତ୍ର ଏପରି ସୁଗମ ହେବ ଯେ, ଇଚ୍ଛା ଅନୁସାରେ ଫଳ ପ୍ରାପ୍ତ ହେବେ। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବର ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ ହେବେ।
କନ୍ୟା: ନିଜ ଉପରେ ଯେପରି ଚାପ ନ ପଡ଼ିବ ସେଥି ପାଇଁ ଚେଷ୍ଟା କରିବେ। ଆତ୍ମ ବଡ଼ିମା ଦେଖାଇ ପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ। ଶରୀର ସୁସ୍ଥ ରହିବ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।
ତୁଳା: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରଖିପାରନ୍ତି। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ତେଜସ୍ୱୀ ହେବେ।
ବିଛା: ସୁ-ସମ୍ବାଦ ପାଇ ଖୁସି ହେବେ। ଉଦାର ସ୍ୱଭାବର ହେବେ। ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। କୃଷି କାର୍ଯ୍ୟ ଉପରେ ଧ୍ୟାନ ଦେବେ। ଜଳ ପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ ହୋଇପାରନ୍ତି।
ଧନୁ: କାର୍ଯ୍ୟରେ ସଫଳତା ଲାଭ କରିବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇ ଅନ୍ୟକୁ କରାୟତ୍ତ କରିପାରନ୍ତି। ମେଳାପୀ ପ୍ରକୃତିର ହେବେ। ପ୍ରେମୀ ଓ ସାହସୀ ହେବେ। ବିବାଦ ଓ ପ୍ରତିଯୋଗିତାରେ ବିଜୟୀ ହେବେ।
ମକର: କିଛି ସମସ୍ୟାର ସମ୍ମୁଖୀନ ହେଲେ ବି ଧନାଗମରେ ବାଧା ଉପୁଜିବ ନାହିଁ। ଭାଗ୍ୟଶାଳୀ ହେବେ। ବ୍ୟକ୍ତି ବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ମଧୁର ଭାଷୀ, ସହନଶୀଳ ଶାନ୍ତିପ୍ରିୟ ହୋଇପାରନ୍ତି। ଭ୍ରାତୃପ୍ରେମୀ ହେବେ।
କୁମ୍ଭ: ସୁଖ-ସମ୍ମାନ ଲାଭ କରିପାରନ୍ତି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ସୁସ୍ଥ ଓ ନିରାମୟ ରହି ରଣକୌଶଳ ସୁଦୂର ପ୍ରସାରୀ ହେବ। ମୋକଦ୍ଦମାରେ ରାୟ ଆପଣଙ୍କ ସପକ୍ଷରେ ଯିବ। ଧନ ପ୍ରାପ୍ତ ହେବେ।
ମୀନ: ଘାତଚନ୍ଦ୍ର ଭୋଗ ହେଉଥିବାରୁ ସମସ୍ୟାକୁ ଜଗି ଚଳିବାକୁ ପଡ଼ିବ। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ସାମୟିକ ଭାବେ ନିରୋଳାରେ କାର୍ଯ୍ୟ କରିବାକୁ ଇଚ୍ଛା କରିବେ। ମିଷ୍ଟଭାଷୀ ହୋଇପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ ଓ ବିଦ୍ୱାନ ହେବେ।