ଶୁକ୍ରବାର ରାଶିଫଳ

0

 

ମେଷ: ପ୍ରିୟ ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ। ପରୋପକାର କରି ଆତ୍ମ ସନ୍ତୋଷ ମିଳିବ। ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି। ଦାନକୁ ବ୍ରତ ଭାବେ ଗ୍ରହଣ କରିପାରନ୍ତି। ସନ୍‍ମାର୍ଗୀ ଧନବାନ୍‍ ହେବେ। ସୁଖ ମିଳିବ।

ବୃଷ: ଅତ୍ୟଧିକ ଅର୍ଥପ୍ରାପ୍ତି ଆଶାରେ କାର୍ଯ୍ୟ ବ୍ୟସ୍ତ ରହିବେ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଦ୍ରବ୍ୟନଷ୍ଟ ହେବାର ସୂଚନା ମିଳୁଛି। ପରୋପକାରୀ ହେବେ। ମଣି-ଭୂଷଣ ଆଦି ପ୍ରାପ୍ତ ହେବେ। ସରକାରୀ ମାନ୍ୟତା ମିଳିବ।

ମିଥୁନ: କାର୍ଯ୍ୟକ୍ଷେତ୍ର ଲାଭଦାୟକ ହେବ। ସୁଖ ସମ୍ଭୋଗ କରିପାରନ୍ତି। ବହୁ ଶୁଭଫଳ ଆଶାକରାଯାଏ। ଧର୍ମାସକ୍ତ ହେବେ। ମତିମାନ୍‍ ହୋଇପାରନ୍ତି। ପୁଅ ମିତ୍ରଲୋକମାନଙ୍କ ପାଇଁ ସୁଖଭୋଗ କରିବେ। ମା’ଙ୍କ ସହ ବିମନା ହେବେ।

କର୍କଟ: ମାନସିକ ସ୍ତରରେ ଆଘାତ ପ୍ରାପ୍ତ ହୋଇପାରନ୍ତି। କୌଣସି ଏକ ଅଘଟଣକୁ ନେଇ କ୍ରୋଧିତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। ମହା ପ୍ରତାପଶୀଳ ହେବେ। ପୌରୁଷଯୁକ୍ତ ହେବେ।

ସିଂହ: କାର୍ଯ୍ୟ ହାସଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ପରଚର୍ଚ୍ଚାର ବିରତ ହେଲେ ଲୋକଙ୍କ ଆସ୍ଥାଭାଜନ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁଖ-ସମ୍ଭୋଗ କରିପାରନ୍ତି। ନୀରୋଗ ହେବେ। ଶତ୍ରୁନାଶ କରିପାରନ୍ତି।

କନ୍ୟା: ଅର୍ଥାଭାବ ଅନୁଭବ କରିପାରନ୍ତି। କଳହ ମୁକ୍ତ ରହିଲେ ଲୋକ ସମର୍ଥନ ମିଳିବ। ବହୁ ଶୁଭଫଳର ସଙ୍କେତ ମିଳୁଛି। ସରକାରୀସ୍ତରରୁ ସମ୍ମାନ ମିଳିବ। ସର୍ବତ୍ର ସୁଖ ଓ ବିଜୟୀ ହେବେ। ବସ୍ତ୍ର, କାଞ୍ଚନ ମିଳିବ। ମାନସିକ ଅଶାନ୍ତି ଦୂର ହେବ।

ତୁଳା: ନୂତନ ଅଭିଜ୍ଞତା ଅର୍ଜନ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ହର୍ଷଯୁକ୍ତ ହେବେ। ବିଶୁଦ୍ଧଭାଷୀ ହୋଇପାରନ୍ତି। ଧନଶାଳୀ ହେବେ। ସୁଖ ଶାନ୍ତି ମିଳି ପାରେ।

ବିଛା: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଶତ୍ରୁନାଶ କରିବାରେ ସକ୍ଷମ ହେବେ। ଧନଭୋଗ କରିପାରନ୍ତି। ଐଶ୍ଚର୍ଯ୍ୟ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ତେଜୀୟାନ ହେବେ। ବାହୁରେ ପୀଡ଼ା ଉପୁଜି ପାରେ। ସୁଖ ମିଳିବ; ମାତ୍ର ମନରେ ଉଦ୍‍ବେଗ ଜାତ ହେବ।

ଧନୁ: ମୂଲ୍ୟବାନ୍‍ ଦ୍ରବ୍ୟ ଲାଭର ଶୁଭ ସଙ୍କେତ ଅଛି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନ ମିଳିବ। ଦୀର୍ଘ ଦିନର ଆଶା ଫଳବତୀ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆବନ୍ଧୁ ଜୁଟି ପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ।

ମକର: ଧନାଦି ପ୍ରାପ୍ତିର ସୁଯୋଗ ଜୁଟିଛି। କୁଶଳ ସମାଚାର ପାଇ ଉତ୍‍ଫୁଲ୍ଲିତ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଧର୍ମ-କର୍ମ ସମ୍ପାଦନ କରିପାରନ୍ତି। ଅଧିକ ବ୍ୟୟର ସମ୍ମୁଖୀନ ହେବେ। ମିଷ୍ଟଭାଷୀ ଭାବେ ଜନାଦୃତ ହେବେ।

କୁମ୍ଭ: ସତ୍‍ପଥଗାମୀ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପ୍ରଶଂସାର ପାତ୍ର ହେବେ। ପ୍ରବାସୀ ହୋଇପାରନ୍ତି। ପିତାଙ୍କ ପଥ ଅନୁସରଣ କରି କାର୍ଯ୍ୟ କରିବେ। ଭାଗ୍ୟବାନ୍‍ ହୋଇପାରନ୍ତି। ଈପ୍‍ସିତ କ୍ଷମତା ହାସଲ କରିବେ। ଶତ୍ରୁ ବିଜୟୀ ହୋଇପାରନ୍ତି।

ମୀନ: ଚିନ୍ତାମୁକ୍ତ ହୋଇପାରନ୍ତି। ପରିଶ୍ରମର ମୂଲ୍ୟ ପାଇ ଖୁସି ହେବେ। ସମ୍ମାନିତ ହୋଇପାରନ୍ତି। ଚିନ୍ତାଧାରା ଆଧ୍ୟାତ୍ମ ମାର୍ଗୀ ହେବ। ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ମନରେ ସେବାଭାବ ଜାଗ୍ରତ ହେବ। ଯଶ ଅର୍ଜନ କରିପାରନ୍ତି।

Leave A Reply