ବୁଧବାର ରାଶିଫଳ
ମେଷ: ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବାର ସୂଚନା ମିଳୁଛି। ସବୁଠି ପତ୍ନୀ ସହାୟତା କରିବେ।
ବୃଷ: ଉଦାର ସ୍ୱଭାବର ହୋଇପାରନ୍ତି। ଦାନଶୀଳ ହେବା ଆଶା କରାଯାଏ। ବ୍ୟକ୍ତି ବିଶେଷଭାବେ ପରିଗଣିତ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି ଉପରେ ଗୁରୁତ୍ୱ ଦେବେ। ଜଳ ପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ ହୋଇପାରନ୍ତି।
ମିଥୁନ: ପରିଶ୍ରମର ମୂଲ୍ୟ ମିଳିବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। କଥାରେ ପରକୁ ଆପଣାର କରି ପାରିବେ। ପ୍ରେମୀ-ସାହସୀ ଓ ସରଳ ପ୍ରକୃତିର ହେବେ। ସାନଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ। ବନ୍ଧୁପ୍ରେମୀ ହେବେ।
କର୍କଟ: ଭାଗ୍ୟଶାଳୀ ହୋଇପାରନ୍ତି। ଶାନ୍ତିପ୍ରିୟ, ପରଦେଶବାସୀ, ସହନଶୀଳ ଓ ଉଦାର ବିଦ୍ୟାପ୍ରେମୀ ହେବେ। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ଲାଭ କରିବେ। କୀର୍ତ୍ତିମାନ ଓ ଅତି ସୁଖୀ ହେବେ। ନୀତିଜ୍ଞ ଓ ବିବିଧ ଧନଯୁକ୍ତ ହୋଇପାରନ୍ତି।
ସିଂହ: ନିଜ ଇଚ୍ଛା ଅନୁସାରେ ଫଳପ୍ରାପ୍ତ ହେବେ। ସୁଖ-ସନ୍ତୋଷ ଲାଭ କରିପାରନ୍ତି। ଶକ୍ତିମାନ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ମାଲି-ମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭ ହେବାର ସୂଚନା ମିଳୁଛି। ସ୍ୱାସ୍ଥ୍ୟ ଭଲ ରହିବ।
କନ୍ୟା: ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଥଣ୍ଡା କଫରେ ଆକ୍ରାନ୍ତ ହେବେ। ଚଞ୍ଚଳ ସ୍ୱଭାବର ହେବେ। ଏକାନ୍ତରେ ସମୟ କଟାଇବାକୁ ଇଚ୍ଛା କରିବେ। ମଧୁରଭାଷୀ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ। ବ୍ୟବହାର କୁଶଳତାରୁ ସମ୍ମାନ ମିଳିବ।
ତୁଳା: ମୂଲ୍ୟବାନ ଦ୍ରବ୍ୟ ଲାଭ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରି ଉତ୍ଫୁଲ୍ଲିତ ହେବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନଲାଭ କରି ପାରନ୍ତି। ସନ୍ତାନମାନେ ଗୁଣୀ ଓ ସମ୍ପଦଯୁକ୍ତ ହେବେ।
ବିଛା: ସାଧନା ଫଳବତୀ ହେବ। ପରିବାରର ଦୁଃଖ-ସୁଖରେ ଭାଗୀ ହେବେ। ମନପ୍ରସନ୍ନ ରହିବ। ସ୍ୱାସ୍ଥ୍ୟ ଅତୁଟ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ନିଜ କୁଟୁମ୍ବ ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ।
ଧନୁ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ ହୋଇପାରନ୍ତି।
ମକର: ଉଦ୍ୟମରେ ସଫଳତା ପାଇବା କଷ୍ଟସାଧ୍ୟ ହୋଇପାରେ। ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଖୁବ୍ ସତର୍କତାର ସହ ଚଳିବାକୁ ପଡ଼ିବ। କେବଳ ଯୁଗ୍ମ ବ୍ୟବସାୟରୁ କିଛି ଲାଭ ମିଳିବ। ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ।
କୁମ୍ଭ: ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ବ୍ୟବସାୟ ଲାଭଜନକ ହେବ। ବେଳେବେଳେ ମନରେ ଅହଂଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ। ବନ୍ଧୁ ସହଯୋଗ ମିଳିବ।
ମୀନ: ମନସ୍କାମନା ପୂର୍ଣ୍ଣ ହେବ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ। ଶରୀର ସୁସ୍ଥ ରହିବ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରିକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦରର ପାତ୍ର ହେବେ। ସୁଖୀ ହେବେ।