www.samajalive.in
Saturday, December 6, 2025
14.1 C
Bhubaneswar

ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ସାତଦଫା ଦାବୀ ପୂରଣ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବୌଦ୍ଧ : ବୌଦ୍ଧ ଜିଲ୍ଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ସୋମବାର ସାତଦଫା ଦାବୀ ପୂରଣ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ରାଜ୍ୟର ସମସ୍ତ ବେକାର ଯୁବକମାନଙ୍କୁ ଚାକିରୀ ଦିଆଯିବା ନଚେତ ମାସିକ ଛଅ ହଜାର ଟଙ୍କା ସରକାରୀ ଭତ୍ତା ପ୍ରଦାନ, କରୋନା, ଜିଏସଟି ଓ ବିମୁଦ୍ରାକରଣରେ ପ୍ରଭାବିତ ସମସ୍ତ ରୋଜଗାର ହରାଇଥିବା ଶ୍ରମିକମାନଙ୍କୁ ନିଯୁକ୍ତି ପ୍ରଦାନ ଦାବୀ କରାଯାଇଛି। ଏହା ସହିତ ତାଲାବନ୍ଦ ସମୟର ସମସ୍ତଙ୍କ ଦରମା ପ୍ରଦାନ, କେନ୍ଦ୍ର ସରକାରଙ୍କ ଅଧିନରେ ଥିବା କୋଇଲା, ବ୍ୟାଙ୍କ, ରେଲୱ ବୀମା ଓ ପ୍ରତିରକ୍ଷା ଉତ୍ପାଦନର ଘରୋଇକରଣ ବନ୍ଦ କରାଯିବା, କେନ୍ଦ୍ର ସରକାର ପ୍ରଣୟନ କରିଥିବା ଶ୍ରମିକ ବିରୋଧି ଚାରୋଟି ଲେବର କାର୍ଡ ଓ ତିନୋଟି କୃଷକ ବିରୋଧି ଆଇନକୁ ପ୍ରତ୍ୟାହାର କରାଯିବା, ଘରୋଇ କ୍ଷେତ୍ରରେ ସ୍ଥାନୀୟ ବେକାର ଯୁବକଙ୍କୁ ୮୦ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯିବା, ଚାକିରୀ ପାଇଁ ସମସ୍ତ ପରୀକ୍ଷା ଓଡିଆ ଭାଷାରେ କରାଯିବା, ରାଜ୍ୟର ସମସ୍ତଙ୍କୁ ମାଗଣାରେ କୋଭିଡ-୧୯ ଟିକା ଦିଆଯିବା, କୋଭିଡ-୧୯ରେ ସଂକ୍ରମିତ ସମସ୍ତ ଶ୍ରମିକ କର୍ମଚାରୀମାନଙ୍କୁ ସଂକ୍ରମଣ ସମୟରରେ ସମସ୍ତ ଚିକିତ୍ସା ସହିତ ଦରମା ପ୍ରଦାନ, ଚାକିରୀ ପାଇଁ ପରୀକ୍ଷା, ରାଜ୍ୟ ସଚିବାଳୟ, ଜିଲ୍ଲା, ବ୍ଲକ, ତହସିଲ, କୋର୍ଟ, କଚେରୀର ସମସ୍ତ କାର୍ଯ୍ୟ ଓଡିଆ ଭାଷାରେ କରାଯିବା ଦାବିରେ ମଜଦୁର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜିଲ୍ଲା ସଭାପତି ସରୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ ସମାବେଶରେ ଜିଲ୍ଳା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ର ଓ ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories