www.samajalive.in
Saturday, December 6, 2025
26.1 C
Bhubaneswar

ମୁହଁରେ ରକ୍ତ ଓ ଆଖିରେ କ୍ରୋଧର ଜ୍ବାଳା, ଭିନ୍ନ ଅବତାରରେ ରଶ୍ମିକା

ସମାଜ ଡିଜିଟାଲ ଡେସ୍କ: ‘ଛାଭା’ର ଜବରଦସ୍ତ ସଫଳତା ପରେ ରଶ୍ମିକା ମନ୍ଦାନା ଏବେ ଧନୁଷଙ୍କ ‘କୁବେରା’ରେ ନଜର ଆସିଛନ୍ତି। ଇତି ମଧ୍ୟରେ ଅଭିନେତ୍ରୀଙ୍କ ଆଗାମୀ ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଛି। ଶୁକ୍ରବାର ରିଲିଜ୍‌ ହୋଇଥିବା ଏହି ପୋଷ୍ଟରରେ ରଶ୍ମିକା ସମ୍ପୂର୍ଣ୍ଣ ଭିନ୍ନ ତଥା ଲୋମ ହର୍ଷଣକାରୀ ଅବତାରରେ ନଜର ଆସିଛନ୍ତି, ଯେଉଁଥିପାଇଁ ଫିଲ୍ମକୁ ନେଇ ପ୍ରଶଂସକଙ୍କ ଉତ୍ସାହ ବୃଦ୍ଧି ପାଇଛି। ଚଳଚ୍ଚିତ୍ର ନର୍ମାତା ପୋଷ୍ଟର ସହ ଏହାର ଟାଇଟଲ ମଧ୍ୟ ଘୋଷଣା କରିଛନ୍ତି।

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ତାଙ୍କ ଆଗାମୀ ଫିଲ୍ମର ପୋଷ୍ଟର ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ ଅଭିନେତ୍ରୀଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି, ଯେଉଁଥିରେ ସେ ହାତରେ ଅସ୍ତ୍ର ଧରିଛନ୍ତି। ଏଥିସହ ଅଭିନେତ୍ରୀଙ୍କ ମୁହଁ ରକ୍ତ ଜୁଡ଼ୁବୁଡ଼ୁ ହୋଇଥିବା ଏବଂ ତାଙ୍କ ଆଖିରେ କ୍ରୋଧର ଜ୍ୱାଳା ଦେଖିବାକୁ ମିଳିଛି। ଗତକାଲି ମଧ୍ୟ ରଶ୍ମିକା ଫିଲ୍ମର ଏକ ପୋଷ୍ଟର ଶେୟାର କରିଥିଲେ, ଯେଉଁଥିରେ ସେ ହାତରେ ଅସ୍ତ୍ର ଧରି ଠିଆ ହୋଇଥିଲେ। ଏଥିସହ ଫିଲ୍ମର ନାମ ଆଜି ଘୋଷଣା ହେବ ବୋଲି ସୂଚନା ଦେଇଥିଲେ।

- Advertisement -


ପୋଷ୍ଟର ଶେୟାର କରି ରଶ୍ମିକା କ୍ୟାପ୍ସନରେ ଲେଖିଛନ୍ତି, ‘‘’ମୁଁ ସର୍ବଦା ଆପଣମାନଙ୍କୁ କିଛି ନୂଆ ଦେବାକୁ ଚେଷ୍ଟା କରେ। କିଛି ଭିନ୍ନ, ରୋମାଞ୍ଚକର ଏବଂ ଏହା ତା’ ମଧ୍ୟରୁ ଗୋଟିଏ। ଏପରି ଏକ ଚରିତ୍ର ଯେଉଁଥିରେ ମୁଁ ପୂର୍ବରୁ କେବେ ଅଭିନୟ କରିନାହିଁ, ଏପରି ଏକ ଦୁନିଆ ଯେଉଁଥିରେ ମୁଁ କେବେ ପାଦ ଦେଇନାହିଁ ଏବଂ ମୋର ଏଭଳି ଏକ ରୂପ ଯାହାକୁ ମୁଁ ମଧ୍ୟ ପୂର୍ବରୁ କେବେ ଭେଟି ନଥିଲି। ଏହା ଅତ୍ୟନ୍ତ ତୀବ୍ର ଓ ଭୟଙ୍କର, ସେଥିପାଇଁ ମୁଁ ସାମାନ୍ୟ ଅଧୀର, କିନ୍ତୁ ବହୁତ ଉତ୍ସାହିତ ମଧ୍ୟ ଅଛି।

ଏହି ପୋଷ୍ଟର ରିଲିଜ୍ କରି ଫିଲ୍ମ ନିର୍ମାତାମାନେ ଏହାର ଟାଇଟଲ ମଧ୍ୟ ଘୋଷଣା କରିଛନ୍ତି। ରଶ୍ମିକା ମନ୍ଦାନାଙ୍କ ଏହି ଆଗାମୀ ଫିଲ୍ମର ନାମ ‘ମାଏସା’। ରବିନ୍ଦ୍ର ପୁଲେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଥିବାବେଳେ ଅଜୟ ଏବଂ ଅନିଲ ସୟାପୁରେଡ୍ଡୀ ପ୍ରଯୋଜନା ଭାର ବହନ କରିଛନ୍ତି। ଚଳଚ୍ଚିତ୍ରକୁ ୪ଟି ଭାଷାରେ ମୁକ୍ତିଲାଭ କରାଯିବ। ଏବେ ଦର୍ଶକ ‘ମାଏସା’ର ମୁକ୍ତିଲାଭ ତାରିଖ ଘୋଷଣା ଅପେକ୍ଷାରେ ରହିଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories