ସମାଜ ଡିଜିଟାଲ ଡେସ୍କ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ଇସ୍ରାଏଲ। କିନ୍ତୁ ଶେଷ ମୁହୂର୍ତ୍ତରେ ଯୋଜନା ବଦଳାଇଥିଲା। ଏଭଳି ଚାଞ୍ଚଲ୍ୟକର ମତ ଦେଇଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଜ୍। ୧୨ ଦିନ ଧରି ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଖାମେନିଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଇଥିଲା ବୋଲି କାଜ୍ କହିଛନ୍ତି।
କାଜ୍ କହିଛନ୍ତି, ଖାମେନି ଆମ ନଜରରୁ ଦୂରକୁ ଚାଲିଗଳେ। ଭୂମିତଳେ ବହୁ ଆଭ୍ୟନ୍ତରରେ ବଙ୍କର ଭିତରେ ଲୁଚିଥିଲେ। ସେ ନିଜ କମାଣ୍ଡରମାନଙ୍କ ସହ ମଧ୍ୟ ସମ୍ପର୍କ ଚ୍ଛିନ୍ନ କରିଦେଇଥିଲେ। ତେଣୁ ତାଙ୍କ ବାସ୍ତବ ଠିକଣା ଠାବ କରିହେଲା ନାହିଁ। ଯେଉଁଥିପାଇଁ ତାଙ୍କୁ ହତ୍ୟା କରିବାକୁ ରହିଥିବା ଯୋଜନାକୁ ସ୍ଥଗିତ ରଖାଯାଇଥିଲା। ସେ ଆହୁରି କହିଛନ୍ତି, ଯୁଦ୍ଧ ଚାଲିଥିବା ସମୟରେ ଖାମେନିଙ୍କୁ ଆମେ ବହୁତ ଖୋଜିଥିଲୁ। କିନ୍ତୁ ପାଇ ନ ଥିଲୁ। ଇସ୍ରାଏଲରେ ଶାସନ ପରିବର୍ତ୍ତନ ଇସ୍ରାଏଲର ଉଦ୍ଦେଶ୍ୟ ନ ଥିଲା। ଇରାନର ନେତୃତ୍ଵକୁ ଦୁର୍ବଳ କରି ଯୁଦ୍ଧ ସମୟରେ ଚାପ ପକାଇବାକୁ ଇସ୍ରାଏଲ ଚାହୁଁଥିଲା ବୋଲି କାଜ୍ କହିଛନ୍ତି।



