ମଙ୍ଗଳବାରରେ ଏହି ରାଶିଧାରୀଙ୍କର ଧନପ୍ରାପ୍ତି ଯୋଗ- ରାଶିଫଳ

ମେଷ- ନିର୍ଦୟଭାବ ପ୍ରଦର୍ଶନ କରିପାରନ୍ତି। ସ୍ବୀକୃତ କର୍ମ ପାଇଁ ମନର ଭୟ ସଞ୍ଚରିତ ହୋଇପାରେ। ଅନ୍ୟକୁ ଅପବାଦ ଦେବାରେ ଧୂରନ୍ଦର ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସମ୍ମାନର ଅଧିକାରୀ ହେବେ।

ବୃଷ- ପତ୍ନୀ ଶୁଭଦାୟିନୀ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଲାଭପ୍ରଦ ହେବ। ସମାଜସେବୀଭାବେ ସମ୍ମାନିତ ହେବେ। ବହୁ ଧନ, ପୁତ୍ର ଓ ଉତ୍ତମ ବନ୍ଧୁ ମିଳିପାରନ୍ତି।

ମିଥୁନ- ପାପକୁ ତ୍ୟାଗ କରି ଧର୍ମ ମାର୍ଗରେ ପରିଚାଳିତ ହେବେ। ଅସୁସ୍ଥତା ଅନୁଭବ କଲେ ବି ଶତ୍ରୁ ନାଶ କରିବାରେ ସିଦ୍ଧହସ୍ତ ହେବେ। ସତ୍‌କର୍ମରେ ଧନ ବ୍ୟୟ କରିବେ। ଋଣ ପରିଶୋଧ କରିପାରନ୍ତି।

କର୍କଟ- ଧନ ପ୍ରାପ୍ତ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ବୁଦ୍ଧିମାନର ପରିଚୟ ସୃଷ୍ଟି କରିବେ। ପୁରାତନ ପ୍ରାପ୍ୟ ପାଇ ସନ୍ତୁଷ୍ଟ ହେବେ। ବହୁ ସୁଖର ଅଧିକାରୀ ହେବେ। ପତ୍ନୀଙ୍କ ସହାୟତା ମିଳିବ।

ସିଂହ- ମହାନ୍‌ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଆତ୍ମୀୟଙ୍କ ସହିତ ନିଜେ ସୁଖ ଭୋଗ କରିପାରନ୍ତି। ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ।

କନ୍ୟା- ଶତ୍ରୁ ବିନାଶ କରି ଧନ ପ୍ରାପ୍ତ ହୋଇପାରନ୍ତି। ସୁଖ, ଶାନ୍ତି, ସନ୍ତୋଷ ରୂପକ ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ବନ୍ଧୁ ବିୟୋଗର ଖବର ମିଳିପାରେ। ବାହୁରେ ପୀଡ଼ା ଉପୁଜିପାରେ।

ତୁଳା- ଉଚିତ ପ୍ରାପ୍ତି ମିଳିବାର ସୁଯୋଗ ସୃଷ୍ଟି ହୋଇଛି। ରାଜ ସମ୍ମାନଯୁକ୍ତ ହୋଇପାରନ୍ତି। ଉପଯୁକ୍ତ ପରାମର୍ଶଦାତା ହେବେ। ମିତ୍ରଙ୍କ ସହାୟତା ପାଇ ଖୁସି ହେବେ। ସନ୍ତାନ ଲାଳସା ଜାତ ହେବ।

ବିଚ୍ଛା- ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। କର୍ମଠ ଓ ଧର୍ମଧ୍ବଜାଧାରୀ ହେବେ। ରାଜତୁଲ୍ୟ କ୍ଷମତା ଓ ଉଚ୍ଚ ସମ୍ମାନର ଅଧିକାରୀ ହେବେ। ବିଷୟାନୁରକ୍ତ ଏବଂ ଅପରୂପ ଶୋଭାସମ୍ପନ୍ନ ହେବେ।

ଧନୁ- ବିଜ୍ଞ ବ୍ୟକ୍ତିଭାବେ ପରିଚୟ ସୃଷ୍ଟି କରିବେ। ମଧୁର ଭାଷାରେ ପରକୁ ନିଜର କରିବେ। ଗରିବଙ୍କ ପାଇଁ ଧନ ବ୍ୟୟ କରିପାରନ୍ତି। ଉତ୍ତମ ମିତ୍ର ଲାଭର ସୂଚନା ମିଳୁଛି। ପୁତ୍ର ସୁଖ ମିଳିପାରେ।

ମକର- ସଦାସର୍ବଦା ସନ୍ମାର୍ଗୀ ହେବାକୁ ଇଚ୍ଛା କଲେ ମଧ୍ୟ କିଛିଟା ବ୍ୟତିକ୍ରମ ଘଟିପାରେ। ଜଣେ ଉତ୍ତମ ବକ୍ତାଭାବେ ଶ୍ରୋତାଙ୍କ ମନ ଜିଣିପାରନ୍ତି। ସରକାରୀ ସୂତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି।

କୁମ୍ଭ- ନିଧି ପ୍ରାପ୍ତିର ସୂଚନା ମିଳୁଛି। ବୁଦ୍ଧି ପ୍ରୟୋଗ କରି ସକଳ କ୍ଷେତ୍ରରେ ବିଜୟୀ ହେବେ। ଚାଷୀଙ୍କୁ ଉତ୍ସାହିତ କରିପାରନ୍ତି। ରାଜସୁଖ ମିଳିବ। ମହିମାମୟ ହେବେ। ସତ୍‌କର୍ମରେ ଧନ ବ୍ୟୟ କରିବେ।

ମୀନ- ଉଚ୍ଚାସନରେ ଅଧିଷ୍ଠିତ ହୋଇପାରନ୍ତି। ବନ୍ଧୁ, ସନ୍ତାନ, ପତ୍ନୀଙ୍କ ସମେତ ନିଜ ବନ୍ଧୁବାନ୍ଧବଙ୍କ ପ୍ରତି ଅନୁରକ୍ତି ରହିବ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

Comments are closed.