www.samajalive.in
Monday, December 15, 2025
26.1 C
Bhubaneswar

ଗାଡ଼ିରୁ ୪.୨୭ଲକ୍ଷ ଜବତ, ଟ୍ରାଫିକ୍‌ ଇନ୍ସପେକ୍ଟର ଅଟକ

ଜଗତସିଂହପୁର: ଜଗତସିଂହପୁର ଆଞ୍ଚଳିକ ପରିବହନ ବିଭାଗର ଟ୍ରାଫିକ ଇନିସ୍‌ପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର କାରରେ ୪ଲକ୍ଷ ୨୭ହଜାର ଟଙ୍କା ନେଇ ଭୁବନେଶ୍ୱର ଯାଉଥିଲେ। କଟକ ଭିଜିଲାନ୍ସ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଶୁକ୍ରବାର ଅପରାହ୍ନରେ ଜଗତସିଂହପୁର-କଟକ ରାସ୍ତାର ବିରିବାଟି ନିକଟ ମା’ତାରିଣୀଙ୍କ ମନ୍ଦିର ନିକଟରେ ତାଙ୍କୁ ଅଟକାଇଥିଲେ। ସେ ଯାଉଥିବା ହୁଣ୍ଡାଇ କାର ଯାଞ୍ଚ କରିବାରୁ ସେଥିରୁ ଟଙ୍କା ମିଳିଥିଲା।

ଏତେ ଟଙ୍କା କେଉଁଠୁ ଆସିଲା ବୋଲି ପ୍ରଶ୍ନ କରାଯିବାରୁ ଟ୍ରାଫିକ ଇନ୍ସପେକ୍ଟର ଶ୍ରୀ ମହାପାତ୍ର ସଠିକ ଉତ୍ତର ଦେଇପାରି ନଥିଲେ। ଭିଜିଲାନ୍ସ ବିଭାଗ ଏହା ବେଆଇନ ଆୟ ବୋଲି ସନ୍ଦେହ କରି ସେହି ଟଙ୍କାକୁ ଜବତ କରିବା ସହ ଶ୍ରୀ ମହାପାତ୍ରଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଶ୍ରୀ ମହାପାତ୍ରଙ୍କ ୨ଟି ସ୍ଥାନରେ ଥିବା ଘରେ ବିଭାଗ ପକ୍ଷରୁ ଚଢଉ କରାଯାଉଛି। ଶ୍ରୀ ମହାପାତ୍ର ଦୀର୍ଘ ୫ବର୍ଷ ହେଲା ଜଗତସିଂହପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଟ୍ରାଫିକ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories