www.samajalive.in
Saturday, December 6, 2025
16.1 C
Bhubaneswar

ନୋଏଡାରେ ବଢୁଛି ଆତ୍ମହତ୍ୟା ମାମଲା ; ଜାନୁୟାରୀ ରୁ ଏଯାଏଁ ୩୦୦ ଦେଇଛନ୍ତି ଜୀବନ

ନୂଆଦିଲ୍ଲୀ : ନୋଏଡା ଏବଂ ଗ୍ରେଟର ନୋଏଡାରେ ଆତ୍ମହତ୍ୟା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏକ ଇଂରାଜୀ ନ୍ୟୁଜ୍ ୱେବସାଇଟ୍ ଅନୁଯାୟୀ, ଚଳିତ ବର୍ଷ ଜାନୁୟାରୀ ରୁ ଏଯାଏଁ ପୁଲିସ ୩୦୦ ଜଣଙ୍କ ଆତ୍ମହତ୍ୟା ମାମଲା ରୁଜୁ କରିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଗୌତମ ବୁଦ୍ଧ ନାଗର ଜିଲ୍ଲାରେ ୬ଜଣ ଆତ୍ମହତ୍ୟା କରିଛନ୍ତି। ମୃତକ ମଧ୍ୟରୁ ଅଧିକାଂଶ ଲୋକ ଋଣ କିମ୍ବା ଆର୍ଥିକ ସଙ୍କଟ ମଧ୍ୟରେ ସଂଘର୍ଷ କରୁଥିଲେ। ଲକ୍‌ଡାଉନ୍‌ ପର ଠାରୁ ଜିଲ୍ଲାରେ ଆତ୍ମହତ୍ୟା ହାର ବୃଦ୍ଧି ପାଇଛି।

- Advertisement -

ଗୌତମ ବୁଦ୍ଧ ନାଗର ଜିଲ୍ଲାରେ ଜଣେ ବ୍ୟକ୍ତି ଦୈନିକ କେହି ନା କେହି ଆତ୍ମହତ୍ୟା କରୁଛନ୍ତି । ପୁଲିସ ଏବଂ ଡାକ୍ତରଙ୍କ କହିବାନୁସାରେ, ବ୍ୟବସାୟର ସ୍ଥଗିତତା, ଅର୍ଥର ଅଭାବ, ଚାକିରି ହରାଇବା ଏବଂ ବର୍ତ୍ତମାନର ପରିବେଶର ନକାରାତ୍ମକ ପରିବେଶ ଯୋଗୁଁ ଲୋକମାନେ ଏହି ପଦକ୍ଷେପ ନେଉଛନ୍ତି ।

ଚଳିତ ବର୍ଷ ଏପ୍ରିଲରେ ୨୪ଟି ଆତ୍ମହତ୍ୟା ମାମଲା ରୁଜୁ ହୋଇଥିଲା। ମେ ମାସରେ ୩୧ଟି ଏବଂ ଜୁନ୍ ମାସରେ ୩୪ଟି ମାମଲା ରୁଜୁ ହୋଇଛି। ଏଥି ସହିତ ଜୁଲାଇରେ ୩୦ ଏବଂ ଅଗଷ୍ଟରେ ୨୬ଟି ଆତ୍ମହତ୍ୟା ମାମଲା ରୁଜୁ ହୋଇଛି।

ଅକ୍ଟୋବର ୨୭ରେ ଗୌତମ ବୁଦ୍ଧ ନାଗରର ବିଭିନ୍ନ ଥାନା ଅଞ୍ଚଳରେ ୯ଟି ଆତ୍ମହତ୍ୟା ମାମଲା ରୁଜୁ ହୋଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ, ମହିଳାଙ୍କ ତୁଳନାରେ ପୁରୁଷ ତିନି ଗୁଣ ଅଧିକ ଆତ୍ମହତ୍ୟା କରିଛନ୍ତି।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories