www.samajalive.in
Friday, December 12, 2025
23.1 C
Bhubaneswar

ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର

ଭୁବନେଶ୍ୱର : ରାଜଧାନୀରେ ଜଣେ ନାବାଳିକାଙ୍କୁ ତାଙ୍କ ବାସଭବନରେ ଗଣବଳାତ୍କାର ଭଳି ଘଟଣା ପଦାକୁ ଆସିବା ପରେ ଏହା ହଇଚଇ ସୃଷ୍ଟି କରିଛି। ଗତ କିଛି ମାସ ତଳେ ଯଦିଓ ଏହି ଘଟଣା ଘଟିଥିଲା, ହେଲେ ଗତ ସପ୍ତାହରେ ନାବାଳିକାଙ୍କ ମା’ ମହିଳା ଥାନାରେ ଅଭିଯୋଗ କରିବା ପରେ ଘଟଣାଟି ପଦାକୁୁ ଆସିଛି। ଅଭିଯୁକ୍ତଙ୍କ ଚାପରେ ଘଟଣାଟି ଲୁଚି ଯାଇଥିଲା। ମହିଳା ଥାନା ପୁଲିସ ଏଭଳି ସଙ୍ଗିନ ଅଭିଯୋଗ ପାଇବା ପରେ ଏକ ମାମଲ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ଗଣମାଧ୍ୟମର ୨ କର୍ମଚାରୀ ଓ ୨ ସୁରକ୍ଷାକର୍ମୀଙ୍କ ସମେତ ଜଣେ ପୁଲିସ କର୍ମଚାରୀ ଏବଂ ତାଙ୍କର ଦୁଇ ସହଯୋଗୀଙ୍କୁ ମିଶାଇ ମୋଟ ୭ଜଣଙ୍କ ସମ୍ପୃକ୍ତି ଥିବା ପଦାକୁ ଆସିଛି। ଜଣେ ପୁଲିସ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଡ଼ିବା ପରେ ଏହା ଅଧିକ ସମ୍ବେଦନଶୀଳ ହୋଇପଡ଼ିଛି। ନାବାଳିକାଙ୍କୁ ଏକ ସପ୍ତାହରୁ ଅଧିକ ଦିନ ଅଭିଯୁକ୍ତମାନେ ବାରମ୍ବାର ବଳାତ୍କାର କରିଥିଲେ। ମାମଲାର ଗୁରୁତ୍ୱ ଦୃଷ୍ଟିରୁ କମିସନରେଟ ପୁୁଲିସ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରିବା ପରେ ବୟାନ ରେକର୍ଡ କରିଛି। ଏପରିକି ପୀଡ଼ିତାଙ୍କର ମାଜିଷ୍ଟ୍ରେଟ୍‍ଙ୍କ ସାମ୍‍ନାରେ ବୟାନ ରେକର୍ଡ କରାଯାଇଛି।

ଘଟଣା ସମ୍ପର୍କରେ ଭୁବନେଶ୍ୱର ଡିସିପି ଡ. ଉମାଶଙ୍କର ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ପୁଲିସ ତଦନ୍ତ ପାଇଁ ଏକ ଟିମ୍‍ ଗଠନ କରିଛି। ମହିଳା ବିରୋଧୀ ଅପରାଧର ତଦନ୍ତକାରୀ ୟୁନିଟ୍‍(ଆଇୟୁସିଏଡବ୍‍ଲ୍ୟୁ)କୁ ଏହାର ଦାୟିତ୍ୱ ଦିଆଯାଇଛି। ଜଣେ ଏସିପି ପାହ୍ୟାର ଅଧିକାରୀ ଏହାର ତଦନ୍ତ କରୁଛନ୍ତି। କମିସନରେଟ୍‍ ପୁଲିସ ଶୁକ୍ରବାର ମାମଲାର ତଦନ୍ତ ଆରମ୍ଭ କରିଛି। ଜୋନ୍‍ ଏସିପି ଶୁକ୍ରବାର ନିର୍ଦିଷ୍ଟ ଗଣମାଧ୍ୟମ କାର୍ଯ୍ୟାଳୟକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।

- Advertisement -

ଅଭିଯୋଗରୁ ଜଣାପଡିଛି ପୀଡ଼ିତାଙ୍କ ପରିବାର ଲୋକଙ୍କ ଘର କେନ୍ଦ୍ରାପଡା ଅଞ୍ଚଳରେ। ପୀଡ଼ିତାଙ୍କ ମା’ ଏକ ଗଣମାଧ୍ୟମ କାର୍ଯ୍ୟାଳୟର ରିସେପ୍ସନ୍‍ରେ ଗତ ଜାନୁଆରୀ ମାସରେ କାର୍ଯ୍ୟରେ ଯୋଗ ଦେଇଥିଲେ। ତାଙ୍କର ଏକ ୧୩ ବର୍ଷର ଝିଅକୁ ସେ ଘରେ ବନ୍ଦ କରି ବାହାରୁ ତାଲା ପକାଇ ପଡ଼ୋଶୀ କାବୁଲି ଜେନା ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀକୁ ଚାବି ଦେଇ ଅଫିସକୁ ଆସନ୍ତି। କରୋନା ପାଇଁ ମାର୍ଚ୍ଚ ୨୨ରୁ ଲକ୍‍ଡାଉନ୍‍ ଆରମ୍ଭ ହୋଇଥିଲା। ଏପ୍ରିଲ୍‍ ୧୦ ତାରିଖରେ ସେ ହଠାତ୍‍ ଏକ ଖବର ପାଇ ଘରକୁ ଯାଇ ପହଞ୍ଚିବା ପରେ ଝିଅଠାରୁ ସମସ୍ତ ଘଟଣା ଶୁଣିବା ପରେ ପଡ଼ୋଶୀ ଘର କାବୁଲିକୁ ପଚରାଉଚରା କରିଥିଲେ। ତେବେ ଏହା ପ୍ରଘଟ ହୋଇଯିବା ଆଶଙ୍କା କରି ଲକ୍‍ଡାଉନ୍‍ ସମୟରେ ମା’ ଓ ଝିଅଙ୍କୁ ମାରି ଦେବାକୁ ଧମକଚମକ ଦେଇଥିଲେ। ଫଳରେ ମା’ ଓ ଝିଅ ଦୁହେଁ ଗାଁକୁ ପଳାଇଥିଲେ। କରୋନା ମହାମାରୀ ପରିସ୍ଥିତିରେ ସୁଧାର ଆସିବା ପରେ ଗତ ଅଗଷ୍ଟ ୩୦ରେ ସେମାନେ ଗାଁରୁ ଫେରି ପ୍ରଥମେ ଇନ୍‍ଫୋସିଟି ଥାନାରେ ଏବଂ ପରେ ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ପୁଲିସ ଏହାକୁ ଅତ୍ୟନ୍ତ ସନ୍ତର୍ପଣରେ ତଦନ୍ତ କରୁଥିଲା। ପୀଡ଼ିତାଙ୍କର କୋର୍ଟରେ ବୟାନ ରେକର୍ଡ କରାଯିବାରୁ ଘଟଣା ପଦାକୁ ଆସିଥିଲା।

ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି, ଗତ ଏପ୍ରିଲ୍‍ ପ୍ରଥମ ସପ୍ତାହରେ ପଡ଼ୋଶୀ କାବୁଲି ନାବାଳିକା ଘରେ ଏକାକୀ ରହୁଥିବା ଜାଣି ତାଙ୍କ ପୁଅ ହାତରେ ଘରକୁ ଡକାଇ ଥିଲେ। ନାବାଳିକା ସହିତ ଜଣାଶୁଣା ହେବା ପରେ ପ୍ରଫୁଲ୍ଲ ପାତ୍ର ନାମକ ଅନ୍ୟ ଜଣେ ସହଯୋଗୀ ସହିତ ତାଙ୍କ ଘରକୁ ଯାଇ ନାବାଳିକାଙ୍କ ନଗ୍ନ ଫଟୋ ଉଠାଇଥିଲେ। ଲକ୍‍ଡାଉନ୍‍ ଥିବାରୁ ଲୋକଙ୍କର ବେଶୀ ଚଳପ୍ରଚଳ ନ ଥିଲା। ତେବେ ପରେ ଏହି ଘଟଣାରେ ଗଣମାଧ୍ୟମର ସିକ୍ୟୁରିଟି ଇନ୍‍ଚାର୍ଜ ବିଜୟ ରାଉତ, କୃଷ୍ଣଚନ୍ଦ୍ର ବେହେରା, ଅନିରୁଦ୍ଧ ପଣ୍ଡା, ବିମଳ ସାମଲ୍‍ ଆଦି ସେମାନଙ୍କ ସହିତ ସାମିଲ୍‍ ହୋଇ ଏକାକୀ ଥିବା ପୀଡ଼ିତାଙ୍କୁ ବ୍ଲାକ୍‍ ମେଲିଂ କରିବା ସହିତ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ତେବେ ଅଭିଯୁକ୍ତଙ୍କର ପାଶବିକ ଅତ୍ୟାଚାର ପ୍ରାୟ ୧୦ଦିନ ଧରି ଚାଲିବାରୁ ନାବାଳିକା ଜଣକ ଅସହ୍ୟ ହୋଇପଡ଼ିଥିଲେ। ବାଧ୍ୟ ହୋଇ ମା’ଙ୍କ ସାମ୍‍ନାରେ ମୁହଁ ଖୋଲିଥିଲେ। ହେଲେ ଅଭିଯୁକ୍ତଙ୍କ ସଂଖ୍ୟା ଅଧିକ ତଥା ପୁଲିସ ଏବଂ ଗଣମାଧ୍ୟମର କର୍ମଚାରୀ ହୋଇଥିବାରୁ ସେମାନେ ମା’ ଓ ଝିଅ ଦୁଇ ଜଣଙ୍କୁ ଭୟଭୀତ କରି ଏଠାରୁ ତଡ଼ି ଦେଇଥିଲେ।

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories