www.samajalive.in
Saturday, December 6, 2025
16.1 C
Bhubaneswar

ବୁର୍ଲା ବଡ଼ଡାକ୍ତରଖାନା ଭିତରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ଅଟକ

ବୁର୍ଲା: ସମ୍ବଲପୁରରେ ପୁଣି ଚାଞ୍ଚଲ୍ୟ। ବୁର୍ଲା ବଡ଼ଡାକ୍ତରଖାନା ମଧ୍ୟରେ ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରେ ସମ୍ପୃକ୍ତ ଯୁବକକୁ ଅଟକ ରଖି ପଚରା ଉଚୁରା ଜାରି ରଖିଥିବା ଜଣାପଡିଛି।

ବୁର୍ଲା ଡାକ୍ତରଖାନା ଭଳି ସ୍ଥାନରେ ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ବୁର୍ଲା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ଅନ୍ୟପଟେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ପୁଲିସ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି। ମିଳିଥିବା ସୂଚନା ମତେ, ଝାରସୁଗୁଡା ଜିଲ୍ଲାର ଜଣେ ବୃଦ୍ଧାଙ୍କୁ ବୁର୍ଲା ମେଡିକାଲ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗରେ ଭର୍ତି କରାଯାଇଥିବା ବେଳେ ତାଙ୍କ ସାଙ୍ଗରେ ତାଙ୍କ ନାତି ନାତୁଣି ମଧ୍ୟ ଡାକ୍ତରଖାନାକୁ ଆସିଥିଲେ। ଅନ୍ୟପଟେ ବୁର୍ଲା ସହରର ଜଣେ ମହିଳା ଉକ୍ତ ୱାର୍ଡରେ ଭର୍ତି ହୋଇଥିବା ବେଳେ ତାଙ୍କ ସାଙ୍ଗରେ ମଧ୍ୟ ତାଙ୍କ ଜଣେ ସମ୍ପର୍କିୟ ୨୫ ବର୍ଷିୟ ଯୁବକ ମେଡିକାଲକୁ ଆସିଥିଲେ। ତେବେ ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ଝାରସୁଗୁଡାରୁ ଆସିଥିବା ବୃଦ୍ଧା ରୋଗୀଙ୍କ ୮ବର୍ଷିୟା ନାତୁଣୀ ଉକ୍ତ ବିଭାଗର ଶୌଚାଳୟକୁ ଶୌଚ ପାଇଁ ଯାଇଥିବା ବେଳେ ଉକ୍ତ ଶୌଚାଳୟ ମଧ୍ୟରେ ପୂର୍ବରୁ ବୁର୍ଲା ରୋଗୀଙ୍କ ଉକ୍ତ ୨୫ ବର୍ଷିୟ ଯୁବକ ସମ୍ପର୍କିୟ ଶୌଚ ହେଉଥିଲେ। ଫଳରେ ଉକ୍ତ ଶୌଚାଳୟ ସମ୍ମୁଖ ବରଣ୍ଡାରେ ଉକ୍ତ ନାବାଳିକା ଜଣକ ଶୌଚ ହେଉଥିଲେ। ଏହି ସମୟରେ ଶୌଚାଳୟ ମଧ୍ୟରୁ ଉକ୍ତ ଯୁବକଜଣକ ହଠାତ୍ ବାହାରି ଆସିଥିଲେ ଏବଂ ଉକ୍ତ ନାବାଳିକାଙ୍କୁ ଖରାପ ଦୃଷ୍ଟିରେ ଦେଖିଥିଲେ। ଏପରିକି ନାବାଳିକାଙ୍କ ନିକଟକୁ ଉକ୍ତ ଯୁବକ ଜଣକ ଆସୁଥିବା ବେଳେ ଭୟରେ ନାବାଳିକାଜଣକ ଘଟଣାସ୍ଥଳରୁ ଦୌଡି ଯାଇ ତାଙ୍କ ସମ୍ପର୍କିୟଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଏହାପରେ ନାବାଳିକାଙ୍କ ମାଆ ଉକ୍ତ ଯୁବକଙ୍କୁ ଗାଳି ଗୁଲଜ କରିଥିଲେ। ଏହାପରେ ଯୁବକଜଣକ ନାବାଳିକାଙ୍କ ମାଆଙ୍କୁ ମଧ୍ୟ ଧମକ ଚମକ ଦେଇଥିବା ଉକ୍ତ ନାବାଳିକାଙ୍କ ମାଆ ପୁଲିସ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି।

- Advertisement -

ତେବେ ଏନେଇ ପୁଲିସ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଭାରତୀୟ ଦଣ୍ଡବିଧି ଧାରା ୩୫୪ ଡି, ୫୦୬ ଏବଂ ୧୨ ପୋକ୍ସୋ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରି ବୁର୍ଲା ସହରର ଉକ୍ତ ୨୫ ବର୍ଷିୟ ଯୁବକଙ୍କୁ ଅଟକ ରଖି ପଚାରାଉଚୁରା କରୁଥିବା ଜଣାପଡିଛି। ତେବେ ଏନେଇ ବୁର୍ଲା ଏସ୍‌ପିଓ ସତ୍ୟବ୍ରତ ଦାସଙ୍କୁ ପଚାରିବାରୁ ଅଭିଯୁକ୍ତକୁ ଅଟକ ରଖାଯାଇଥିବା ବେଳେ ନାବାଳିକାଙ୍କୁ ଖରାପ ଦୃଷ୍ଟିରେ ଦେଖିଥିବା ଅଭିଯୋଗ ହୋଇଥିବା ପ୍ରକାଶ କରିଛନ୍ତି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories