www.samajalive.in
Monday, December 15, 2025
26.1 C
Bhubaneswar

୪ ବର୍ଷର ଶିଶୁକନ୍ୟା ସହ ଦୁଷ୍କର୍ମ ଅଭିଯୋଗ

ନୀଳଗିରି: ୪ବର୍ଷର ଶିଶୁକନ୍ୟାକୁ ବଳାତ୍କାର । ନୀଳଗିରି ଥାନା ତଥା ବାଉଁଶବଣିଆ ପଞ୍ଚାୟତ ହାଟସାହି  ଗାଁ ଦାଣ୍ଡରେ ଶିଶୁକନ୍ୟାଟି  ଖେଳୁଥିବା ସମୟରେ ପଡୋଶୀ ନିତ୍ୟଚନ୍ଦନ ଜେନା (୨୪) ଗତ କାଲି ତାକୁ ଚକୋଲେଟ ଦେବା ବାହାନା କରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି ।

ସମ୍ପୃକ୍ତ ଯୁବକ ପୂର୍ବରୁ ୪/୫ଥର ଏଭଳି ଦୁଷ୍କର୍ମ କରିଥିଲେ ହେଁ ରାଜନୈତିକ ଚାପ ପ୍ରୟୋଗ କରାଯାଇ ରଫାଦଫା କରାଯାଇଥିଲା ବୋଲି ଗାଁଲୋକ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ମଧ୍ୟ ଚାପ ପ୍ରୟୋଗ ହୋଇଥିଲେ ହେଁ ପୀଡିତା ପରିବାରକୁ ବିଭିନ୍ନ ବର୍ଗରୁ ସାହସ ଜୁଟାଇବା ପରେ ସତ୍ୟ ସାମ୍ନାକୁ ଆସିଥିବା କୁହାଯାଉଛି । ରବିବାର ଏନେଇ ନୀଳଗିରି ପୁଲିସ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ପୀଡିତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

- Advertisement -

ଫେରାର ଅଭିଯୁକ୍ତ 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories