www.samajalive.in
Sunday, December 7, 2025
23.1 C
Bhubaneswar

୩୦୦ ଭାରତୀୟ ବ୍ୟାଙ୍କ ଉପରେ ରାନସମଓ୍ବେର ଆକ୍ରମଣ

ସମାଜ ଡିଜିଟାଲ ଡେସ୍କ: ଭାରତର ୩୦୦ କ୍ଷୁଦ୍ର ବ୍ୟାଙ୍କ ଉପରେ ରାନସମଓ୍ବେର ଆକ୍ରମଣ ହୋଇଛି। ଏହା ଫଳରେ ଏହି ବ୍ୟାଙ୍କଗୁଡ଼ିକର ଏଟିଏମ ଏବଂ ୟୁପିଆଇ ସେବା ବାଧାପ୍ରାପ୍ତ ହୋଇଛି। ଗ୍ରାହକମାନେ ଏଟିଏମଗୁଡ଼ିକରୁ ଟଙ୍କା ଉଠାଣ କରିପାରୁନାହାନ୍ତି। ୟୁପିଆଇ ଜରିଆରେ ଟଙ୍କା ନେଣଦେଣ ବି ହୋଇପାରୁନାହିଁ। ସି-ଏଜ ଟେକ୍ନୋଲୋଜି ପକ୍ଷରୁ ଯେଉଁ ବ୍ୟାଙ୍କଗୁଡ଼ିକୁ ଆଇଟି ସେବା ଯୋଗାଇ ଦିଆଯାଉଛି ସେହି ବ୍ୟାଙ୍କଗୁଡ଼ିକରେ ଏଭଳି ସମସ୍ୟା ଉପୁଜିଥିବା ସୂଚନା ମିଳିଛି। ଅନ୍ୟ ବ୍ୟାଙ୍କଗୁଡ଼ିକରେ ସେବା ସ୍ଵାଭାବିକ ରହିଛି।

ନେସନାଲ ପେମେଣ୍ଟ୍‌ସ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ବୁଧବାର ରାତିରେ ଏକ ବିବୃତି ଜାରି କରାଯାଇ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ସି-ଏଜ ଟେକ୍ନୋଲୋଜି ରାନସମଓ୍ବେର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବାରୁ ଏହାକୁ ଏନପିସିଆଇ ପରିଚାଳିତ ଖୁଚୁରା ନେଣଦେଣ ବ୍ୟବସ୍ଥାରୁ ଅଲଗା (ଆଇସୋଲେଟ) କରିଦିଆଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories