www.samajalive.in
Saturday, December 6, 2025
23.1 C
Bhubaneswar

ରଣଜୀ ଟ୍ରଫି ୧୭ରୁ; ଗୋଆ ସହ ଓଡ଼ିଶାର ପ୍ରଥମ ମୁକାବିଲା

ନୂଆଦିଲ୍ଲୀ  : ୨୦୨୧-୨୨ ଋତୁର ପ୍ରମୁଖ ଘରୋଇ ପ୍ରଥମଶ୍ରେଣୀ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଆୟୋଜନ କରିବାକୁ କିଛିଦିନ ତଳେ ବିସିସିଆଇ ଘୋଷଣା କରିଥିଲା। ତେବେ ସେତେବେଳେ ବିସିସିଆଇ ଘୋଷଣା କରିଥିଲା ଯେ ରଣଜୀ ଟ୍ରଫି ଫେବୃଆରୀ ୧୦ରୁ ଆରମ୍ଭହେବ। ହେଲେ ସୋମବାର ସମସ୍ତ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌ଙ୍କୁ ଏକ ୫ ପୃଷ୍ଠାର ପତ୍ର ପଠାଇଛି। ଏଥିରେ ରଣଜୀ ଟ୍ରଫି ଆୟୋଜନ ନେଇ ସମସ୍ତ ମାର୍ଗଦର୍ଶିକା ଓ ତଥ୍ୟ ରହିଛି। ଏଥିରେ ଦର୍ଶାଯାଇଛି ଯେ ରଣଜୀ ଟ୍ରଫିର ଲିଗ୍‌ ପର୍ଯ୍ୟାୟ ଆସନ୍ତା ୧୭ରୁ ଦେଶର ୯ଟି ସହରରେ ଆୟୋଜନ ହେବ। ଏହା ମାର୍ଚ୍ଚ ୬ରେ ସମାପ୍ତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଦଳ ଏଲିଟ୍‌ ଗ୍ରୁପ୍‌ ‘ଡି’ରେ ସ୍ଥାନପାଇଛି। ଏହି ଗ୍ରୁପ୍‌ର ମ୍ୟାଚ୍‌ଗୁଡ଼ିକ ଅହମ୍ମଦାବାଦରେ ଖେଳାଯିବ। ଏହି ଗ୍ରୁପ୍‌ରେ ଥିବା ଅନ୍ୟ ୩ଟି ଦଳ ହେଲେ ଗୋଆ, ଗତଥରର ଚମ୍ପିଆନ୍ ସୌରାଷ୍ଟ୍ର ଓ ସଫଳତମ ରଣଜୀ ଦଳ ମୁମ୍ବଇ। ୧୭ରେ ଗୋଆ ବିପକ୍ଷରେ ଓଡ଼ିଶା ଦଳ ପ୍ରଥମ ମ୍ୟାଚ୍‌ ଖେଳିବ। ପରେ ୨୪ରୁ ସୌରାଷ୍ଟ୍ର ଏବଂ ମାର୍ଚ୍ଚ ୩ରୁ ମୁମ୍ବଇ ବିପକ୍ଷରେ ଓଡ଼ିଶା ୩ଟି ଲିଗ୍‌ ମ୍ୟାଚ୍‌ ଖେଳିବ। ଓଡ଼ିଶା ରଣଜୀ ଟ୍ରଫି ଦଳ ୧୦ରେ ଅହମ୍ମଦାବାଦରେ ପହଞ୍ଚି ୫ ଦିନ ସଂଗରୋଧରେ ରହିବ। ଶ୍ରୁଭ୍ରାଂଶୁ ସେନାପତିଙ୍କ ନେତୃତ୍ବାଧୀନ ୨୦ ଜଣିଆ ଓଡ଼ିଶା ରଣଜୀ ଟ୍ରଫି ଦଳ ୨ ଦିନ ତଳେ ଘୋଷଣା କରାଯାଇଛି।

ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ମ୍ୟାଚ୍‌ର ଆୟୋଜକ ହେଲେ ରାଜକୋଟ, କଟକ, ଚେନ୍ନଇ, ଅହମ୍ମଦାବାଦ, ତିବେନ୍ଦ୍ରମ୍, ଦିଲ୍ଲୀ, ହରିୟାଣା ଓ ଗୁଆହାଟୀ। ପ୍ଲେଟ୍‌ ଗ୍ରୁପ୍‌ର ମ୍ୟାଚ୍‌ କଲକାତାରେ ଖେଳାଯିବ। ରଣଜୀ ଟ୍ରଫିରେ ମୋଟ ୩୮ଟି ଦଳ ୯ଟି ସ୍ଥାନରେ ଲିଗ୍‌ ପର୍ଯ୍ୟାୟ ଖେଳିବେ। ଏଲିଟ୍‌ ଗ୍ରୁପ୍‌ରେ ମୋଟ ୩୨ଟି ଦଳଙ୍କୁ ୮ଟି ଗ୍ରୁପ୍‌ରେ ରଖାଯାଇଛି। ବାକି ୬ଟି ଦଳଙ୍କୁ ପ୍ଲେଟ୍‌ ଗ୍ରୁପ୍‌ରେ ରଖାଯାଇଛି। ଉପରୋକ୍ତ ମାର୍ଗଦର୍ଶିକାରେ ବିସିସିଆଇ ଜଣାଇଛି ଯେ ସମସ୍ତ ଦଳ ସେମାନଙ୍କ ମ୍ୟାଚ୍‌ ଆୟୋଜକ ସହରରେ ୧୦ରେ ପହଞ୍ଚିବେ। ସମସ୍ତ ଦଳଙ୍କୁ ୧୦ରୁ ୧୪; କଠୋର ଜୈବ ନିରାପତ୍ତା ବଳୟ ମଧ୍ୟରେ ୫ ଦିନ ସଂଗରୋଧରେ ରଖାଯିବ। ୨ୟ ଓ ୫ମ ଦିନରେ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କର ଆର୍‌ଟି-ପିସିଆର୍ ପରୀକ୍ଷା କରାଯିବ। କେବଳ ନେଗେଟିଭ୍‌ ରିପୋର୍ଟ ଆସିଥିବା ଖେଳାଳି ମ୍ୟାଚ୍‌ରେ ଭାଗ ନେଇପାରିବେ। ୫-ଦିନିଆ ସଂଗରୋଧ ପରେ ଫେବୃଆରୀ ୧୫ ଓ ୧୬ରେ ଖେଳାଳି ଅଭ୍ୟାସ କରିପାରିବେ। ପ୍ରତି ଦଳରେ ସର୍ବାଧିକ ୩୦ ଜଣ ସଦସ୍ୟ ରହିବେ। ସେମାନଙ୍କ ମଧ୍ୟରୁ ଅତିକମ୍‌ରେ ୨୦ ଜଣ ଖେଳାଳି ଥିବା ଆବଶ୍ୟକ। ମ୍ୟାଚ୍‌ ଖେଳିବାକୁ ଥିବା ୧୧ ଜଣ ଖେଳାଳିଙ୍କୁ ଶତ ପ୍ରତିଶତ ମ୍ୟାଚ୍‌ ଫି ପ୍ରଦାନ କରାଯିବ। ବାକି ୯ ଜଣ ୫୦% ପ୍ରତିଶତ ମ୍ୟାଚ୍‌ ଫି ପାଇବେ। କ୍ବାର୍ଟରଫାଇନାଲ, ସେମିଫାଇନାଲ ଓ ଫାଇନାଲକୁ ମିଶାଇ ନକ୍‌ଆଉଟ୍‌ ପର୍ଯ୍ୟାୟ ମେ’ ୩୦ରୁ ଆରମ୍ଭହେବ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories