ମଧ୍ୟାହ୍ନ ଭୋଜନରେ ମିଳିବ ଦୁଗ୍ଧଜାତ ଦ୍ରବ୍ୟ!
ଭୁବନେଶ୍ୱର: ଏଣିକି ଓଡ଼ିଶାର ବିଦ୍ୟାଳୟରେ ପିଲାଙ୍କ ମଧ୍ୟାହ୍ନ ଭୋଜନରେ ଦୁଗ୍ଧଜାତ ଦ୍ରବ୍ୟ ମିଳିବ । ଏନେଇ ସରକାର ଯୋଜନା ପ୍ରସ୍ତୁତ କରିବା ସହ ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଦୁଗ୍ଧଜାତ ଦ୍ରବ୍ୟ ପ୍ରଦାନ କରାଯିବାକୁ ନେଇ ତର୍ଜମା କରୁଛନ୍ତି। ଖୁବଶୀଘ୍ର ସରକାର ଏହା ଉପରେ ନିଷ୍ପତ୍ତି ନେଇ ପାରନ୍ତି ବୋଲି ମଙ୍ଗଳବାର ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।