www.samajalive.in
Saturday, December 6, 2025
14.1 C
Bhubaneswar

ରଣପୁର ହାୱା ମହଲକୁ ସବୁ ଦିନିଆ ନୈ।ଚାଳନା ଦାବି

ରଣପୁରଗଡ: ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଆଖ ପାଖରେ ଅନେକ ଦର୍ଶନୀୟ ସ୍ଥାନ ରହିଛି। ଯାହାକି ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ। କିନ୍ତୁ ଭିତ୍ତିଭୂମିର ବିକାଶ ଆବଶ୍ୟକ ହେଉଥିବା ବେଳେ ଅବହେଳିତ ହେବା ଯୋଗୁଁ ଅନେକ ରାଜସ୍ୱ ହାତଛଡ଼ା ହେଉଥିବା ଅଭିଯୋଗ ହେଉଛି। ସେଭଳି ଏକ ଅବହେଳିତ ସ୍ଥାନ ହେଉଛି ହାୱା ମହଲ। ଭୋଜ ରାଜାଙ୍କ ଶୈଳୀରେ ରଣପୁର ବଧି ପୁଷ୍କରିଣୀରେ ରାଜା କରିଥିଲେ ହାୱା ମହଲ। ଯାହାକୁ ଚନ୍ଦନ ମଣ୍ଡପ କୁହାଯାଉଛି। ପ୍ରଭୁ ଚନ୍ଦନ ଯାତ୍ରା ସମୟରେ ନୈ।କା ଯୋଗେ ମଣ୍ଡପକୁ ଯାଇ ନୈ।କାବିହାର କରନ୍ତି। ରଣପୁର କୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ସବୁ ଦିନିଆ ପ୍ରସ୍ତାବ ରହିଛି। ଯାହା ଫଳରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନେକ ରାଜସ୍ୱ ପାଇବା ସହ କିଛି ସ୍ଥାନୀୟ ଲୋକେ କର୍ମ ନିଯୁକ୍ତିର ସୁଯୋଗ ପାଇବେ। କିନ୍ତୁ ନୈ।କା ବିହାର ବିଳମ୍ବିତ ଯୋଗୁଁ ଅନେକ ରାଜସ୍ୱ ପାଇବାରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ବଞ୍ଚିତ। କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ବମ୍ବର ମହାପାତ୍ର କୁହନ୍ତି ମୁଁ ଅଳ୍ପଦିନ ହେଲା ଆସିଛି ତାହାର ଷ୍ଟାଟସ୍ ବିଷୟରେ ବୁଝିବାକୁ ପଡ଼ିବ। ଅଧକ୍ଷା ରଙ୍ଗୀନ ମହାନ୍ତି କୁହନ୍ତି ହାୱା ମହଲ ପୁଷ୍କରିଣୀ ପାଇଁ ଅମ୍ରିତ୍ ଯୋଜନାରେ ୫୭ ଲକ୍ଷ ଟଙ୍କା କେନ୍ଦ୍ର ସରକାରଙ୍କ ଠାରୁ ଅନୁମୋଦନ ହୋଇଛି। ଯେଉଁଥିରେ ଇନଲେଟ, ଆଉଟଲେଟ, ଚାରିପଟେ ଫ୍ଳେଭର ରାସ୍ତା, ଆଲୋକୀକରଣ, ମିନି ପାର୍କ ଓ ଫୁଲ ବଗିଚା ହୋଇ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରାଯିବ। ଆଗାମୀ ଡିସେମ୍ବର ମାସରେ କାର୍ଯ୍ୟ ଆରମ୍ଭ ହେବ। ଇତି ମଧ୍ୟରେ ଅନ୍ୟ ଯୋଜନାରେ ନୈ।କା ବିହାର ପାଇଁ ପ୍ରସ୍ତାବକୁ ଖୁବ୍ ଶିଘ୍ର ତ୍ୱରାନ୍ୱିତ କରାଯିବ। ନୈ।କାବିହାରକୁ ପ୍ରାଧାନ୍ୟ ଦେବାପାଇଁ ଜନସାଧାରଣଙ୍କ ତରଫରୁ ଅନୁରୋଧ କରାଯାଇଛି।

ଆଉ ମାତ୍ର ୪୮ ଘଣ୍ଟାକୁ ଅପେକ୍ଷା ; ଏହି ରାଶିଙ୍କୁ କୋଟିପତି କରିବାକୁ ଆସୁଛନ୍ତି କେତୁ, ହେବେ ମାଲାମାଲ୍‌, କିଣିବେ ଘର,ଗାଡି..

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories