www.samajalive.in
Friday, December 5, 2025
20.1 C
Bhubaneswar

ବିଦ୍ୟୁତ କର୍ମଚାରୀଙ୍କ ସୁରକ୍ଷା ପ୍ରତି ବେଖାତିର, ଗାଁ ଗାଁରେ ବୁଲୁଛି ଖତରା ବାଉଁଶ ଶିଡ଼ି

ରଣପୁରଗଡ଼: ପୂର୍ବରୁ ବିଦ୍ୟୁତ ବିଭାଗରେ ବହୁ ଦୁର୍ଘଟଣା ଘଟୁଥିଲା। ଅନେକ ବିଦ୍ୟୁତ କର୍ମଚାରୀ ମୃତାହତ ହେଉଥିଲେ। ଫଳରେ ବିଦ୍ୟୁତ ବିଭାଗକୁ କ୍ଷତିପୂରଣ ପାଇଁ ବହୁ ଅର୍ଥ ଦେବାକୁ ପଡୁଥିଲା। ଏବେକାର ବିଦ୍ୟୁତ ବିତରଣ କମ୍ପାନୀ ସୁରକ୍ଷା ପ୍ରତି ଯତ୍ନଶୀଳ ହୋଇ ସୁରକ୍ଷା ଅଧିକାରୀ ନିଯୁକ୍ତ କରିଛନ୍ତି। ତଥାପି ସୁରକ୍ଷାରେ ଅବହେଳା ହେଉଥିବା ଅଭିଯୋଗ ହେଉଛି। ଯଥା ପୂର୍ବମ୍‌ ତଥା ପରମ୍‌ ନୀତିରେ ଚାଲିଛି କର୍ମଚାରୀ ସୁରକ୍ଷା। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲୁଗାଁ ଖଣ୍ଡ ଟାଙ୍ଗୀ ଉପଖଣ୍ଡ ନୟାଗଡ଼ ଜିଲ୍ଲା ରଣପୁର ବିଦ୍ୟୁତ ପରିବଣ୍ଟନ ଅଧିନରେ କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀଙ୍କ କ୍ଷେତ୍ରରେ। ଏବେବି ପୂର୍ବଭଳି ଗାଁ ଗାଁରେ ଖତରା ବାଉଁଶ ନିଶୁଣୀ ଧରି ବୁଲୁଛନ୍ତି ବିଦ୍ୟୁତ କର୍ମଚାରୀ। ଅନେକ ସମୟରେ ନିଶୁଣୀରୁ ପଡ଼ି ମୃତାହତ ହେଉଛନ୍ତି। ବାଉଁଶ ନିଶୁଣୀର ସମୟସୀମା ଥାଏ ତାପରେ ଖତରା। ପଚାରିଲେ କହୁଛନ୍ତି, ଅଫିସ ବାଉଁଶ ନିଶୁଣୀ ଦେଉଛି ଆମେ କହିଲେ ଧମକ ମିଳୁଛି। ରଣପୁର ବିଦ୍ୟୁତ ପରିଚାଳକ ଯନ୍ତ୍ରୀ ସୁଦର୍ଶନ କଦମ ସିଂ କୁହନ୍ତି, ଆମକୁ ବଡ଼ ଖୁଣ୍ଟିରେ ଚଢି କାମ କରିବା ପାଇଁ ଗୋଟିଏ ପ୍ଲାଷ୍ଟିକ୍ ନିଶୁଣୀ ଓ ଦୁଇଟି ବାଉଁଶ ନିଶୁଣୀ ମିଳିଛି, ଆମେ କଣ କରିପାରିବୁ। ତଥାପି ଖତରା ବାଉଁଶ ପ୍ରତି ଦୃଷ୍ଟି ଦିଆଯିବ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories