ରାମନଗରରେ ବୋମା ମାଡ

ବ୍ରହ୍ମପୁର : କମାପଲ୍ଲୀ ନିକଟ ରାମନଗର ଠାରେ ସେମାବାର ରାତିରେ  ବୋମା ମାଡ ହୋଇଛି। ତେବେ ବୋମା ମାଡର ପ୍ରକୃତ କାରଣ ଜଣାପଡ଼ି ନଥିଲେ ମଧ୍ୟ ପ୍ରେମ ବ୍ୟାପାରକୁ ନେଇ ଏହି ଘଟଣା ଘଟିଥିବା ଶୁଣିବାକୁ ମିଳୁଛି । ୨ ଜଣ ଯୁବକ ଏକ ବାଇକରେ ଆସି ରାମନଗର ଦ୍ବିତୀୟ ଲାଇନ ଠାରେ ଥିବା ଏକ ବେସରକାରୀ ଶିକ୍ଷାନୁଷ୍ଠାନ ନିକଟରେ ବୋମା ମାଡ କରି ଫେରାର ହୋଇଯାଇଛନ୍ତି। ଖବରପାଇ ବୈଦ୍ୟନାଥପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.