ନବରଙ୍ଗପୁର : ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ଗତ କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ତାଙ୍କ ବାସଭବନରେ ଡାକ୍ତରଙ୍କ ପରାମର୍ଶରେ ରହି ଚିକିତ୍ସିତ ହେଉଥିଲେ। ପରେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ନବରଙ୍ଗପୁର ଏବଂ ପରେ ଭୁବନେଶ୍ୱରର ସମ୍ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଥିଲା ସେଠାରେ ସେ ପ୍ରାୟ ୧୫ ଦିନ ରହି ଚିକିତ୍ସିତ ହେଉଥିଲେ। ବର୍ତ୍ତମାନ ସେ ସୁସ୍ଥ ହୋଇ ଭୁବନେଶ୍ୱର ସ୍ଥିତ ବାସଭବନକୁ ଫେରିଛନ୍ତି। ସେ ସମ୍ପୂର୍ଣ ସୁସ୍ଥ ଥିବା କହିଥିବା ବେଳେ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ଆଉ ୫-୭ଦିନ ବିଶ୍ରାମ ନେବେ ବୋଲି ଜଣାପଡିଛି।
ସୁସ୍ଥ ହୋଇ ଘରକୁ ଫେରିଲେ ନବରଙ୍ଗପୁର ସାଂସଦ ରମେଶ ମାଝୀ
Popular Categories



