www.samajalive.in
Monday, December 8, 2025
14.1 C
Bhubaneswar

‘ସମାଜ’ ପ୍ରଭାବ: ରକ୍ତ କର୍କଟରେ ପୀଡିତ ବାଳକକୁ ମିଳିଲା ମୁଖ୍ୟମନ୍ତ୍ରୀ ରିଲିଫ୍‍ ପାଣ୍ଠିରୁ ସହାୟତା

ରେଙ୍ଗାଲି: ଗତ ୧୭ ତାରିଖ ମଙ୍ଗଳବାର ଦିନ ‘ସମାଜ’ରେ ପୁଅ ଚିକିତ୍ସା ପାଇଁ ଅଟୋ ବିକିଦେଲେ ବାପା ଶୀର୍ଷକ ଖବର ପ୍ରକାଶିତ ହୋଇଥିଲା। ଏହି ଖବର ପ୍ରକାଶିତ ହେଲା ପରେ ରକ୍ତ କର୍କଟରେ ପୀଡିତ କୌଶଳ ଖର୍ସେଲର ବାପା ଅଜିତ ଖର୍ସେଲଙ୍କ ବ୍ୟାଙ୍କ୍‍ ଆକାଉଣ୍ଟରେ ସମ୍ବଲପୁର ଜିଲ୍ଳାପାଳ ଶୁଭମ୍‍ ସକସେନାଙ୍କ ସୁପାରିଶ କ୍ରମେ ରେଡକ୍ରସ୍‍ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ୍‍ ପାଣ୍ଠିରୁ ୨୦ ହଜାର ଟଙ୍କା ସହାୟତା ରାଶି ଜମା କରାଯାଇଛି ବୋଲି ରେଡକ୍ରସର କ୍ଷେତ୍ର ସଂଯୋଜକ ପ୍ରମିଲା ବେହେରାଙ୍କ ଠାରୁ ପ୍ରାପ୍ତ ସୂଚନାରୁ ଜଣାପଡିଛି।

ସୂଚିତ ଯେ, ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ମଧ୍ୟ ଟ୍ୱିଟ୍‍ କରି ରକ୍ତ କର୍କଟରେ ପୀଡିତ ରେଙ୍ଗାଲି ନିକଟସ୍ଥ କୌଶଳ ଖର୍ସେଲ(୭)ର ଚିକିତ୍ସା ବ୍ୟବସ୍ଥା କରିବା ସହିତ ଏଦିଗରେ କି ପଦକ୍ଷେପ ନିଆଗଲା ସେ ସଂକ୍ରାନ୍ତରେ ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସମ୍ବଲପୁର ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ କୌଶଳ ଖର୍ସେଲ ଭୂବନେଶ୍ୱରର ଏମ୍‍ସରେ ଚିକିତ୍ସିତ ହେଉଥିବା ଜାଣିବା ପରେ ଏମ୍‍ସ କର୍ତ୍ତୃପକ୍ଷଙ୍କୁ କୌଶଳର ଚିକିତ୍ସାର ସୁବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିବା ପ୍ରକାଶ। କୌଶଳର ଚିକିତ୍ସା ପାଇଁ ଆହୁରି ଅର୍ଥର ଆବଶ୍ୟକ ଥିବାରୁ ରାଜ୍ୟ ଚିକିତ୍ସା ପାଣ୍ଠିରୁ ସହାୟତା ପ୍ରଦାନ ପାଇଁ ଦାବୀ ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories