www.samajalive.in
Saturday, December 6, 2025
26.1 C
Bhubaneswar

ଏଲୋପାଥିକୁ ନେଇ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କଲେ ରାମଦେବ

ହରିଦ୍ୱାର: ଯୋଗଗୁରୁ ରାମଦେବ ଏଲୋପାଥି ଔଷଧ ନିର୍ବୋଧ ଏବଂ କୋଭିଡ ସଂକ୍ରମଣ ଅପେକ୍ଷା ଏଲୋପାଥି ଔଷଧରେ ଅଧିକ ଲୋକ ମୃତ୍ୟୁମୁଖରେ ପଡୁଥିବା ଭଳି ଦେଇଥିବା ବିବାଦୀୟ ବିବୃତିକୁ ପ୍ରତ୍ୟାହ।।ର କରିନେଇଛନ୍ତି। ଏହାକୁ ନେଇ ଭାରତୀୟ ଚିକିତ୍ସକ ସଂଘ ଏବଂ ଦେଶର ଏଲୋପାଥି ଚିକିତ୍ସକମାନେ ଦୃଢ ଆପତ୍ତି ଜଣାଇବା ସହିତ ରାମଦେବ ଲିଖିତ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିଲେ। ଏପରିକି ସେମାନେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିକଟକୁ ପତ୍ରଲେଖି ମହାମାରୀ ଆଇନ ବଳରେ ରାମଦେବଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ଜଣାଇଥିଲେ। ଏହାକୁ ଆଧାର କରି ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ ରାମଦେବଙ୍କ ନିକଟକୁ ଦୁଇପୃଷ୍ଠାର ଏକ ପତ୍ର ହିନ୍ଦୀ ଭାଷାରେ ଲେଖି ସେଥିରେ କହିଥିଲେ ଯେ ରାମଦେବଙ୍କ ବିବୃତି ଦେଶର କୋଟି କୋଟି ଲୋକଙ୍କ ଭାବାବେଗ ପ୍ରତି ଆଘାତ ପହଞ୍ଚାଇଛି। ଡାକ୍ତର ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିୟୋଜିତ କର୍ମଚାରୀ ଭଗବାନ ସଦୃଶ ଏବଂ ସେମାନେ ଦିନ ରାତି ଲୋକଙ୍କ ଜୀବନ ରକ୍ଷା ଦିଗରେ ସେବା ଯୋଗାଉଛନ୍ତି। ରାମଦେବ ତାଙ୍କ ବିବୃତି ଦ୍ୱାରା କେବଳ କରୋନା ଯୋଦ୍ଧାଙ୍କୁ ଅସମ୍ମାନିତ କରିନାହାନ୍ତି, ତାହାସହିତ ଦେଶବାସୀଙ୍କ ଭାବନା ପ୍ରତି ଆଘାତ ପହଞ୍ଚାଇଛନ୍ତି। ଏହି କାରଣରୁ ସେ ତାଙ୍କ ବିବୃତି ସଂପୂର୍ଣ୍ଣ ପ୍ରତ୍ୟାହାର କରିନେବା ଆବଶ୍ୟକ। ଡା.ହର୍ଷବର୍ଦ୍ଧନଙ୍କ ପତ୍ର ମିଳିବା ପରେ ରାମଦେବ ଟ୍ୱିଟ କରି କହିଥିଲେ ଯେ ସଂପୂର୍ଣ୍ଣ ବିବାଦରେ ଅନ୍ତ ଘଟାଇବାକୁ ସେ ନିଜ ବିବୃତି ପ୍ରତ୍ୟାହାର କରିନେଉଛନ୍ତି। ତେବେ ତାହାର କିଛି ମିନିଟ ପରେ ସେ ପୁନର୍ବାର ଜଣେ ଟ୍ୱିଟର ବ୍ୟବହାରକାରୀଙ୍କ ଟ୍ୱିଟକୁ ପୁନଃ ପୋଷ୍ଟ କରିଛନ୍ତି। ସେଥିରେ କୁହାଯାଇଛି, ଯୋଗ ଓ ଆୟୁର୍ବେଦ ଆମକୁ ସଂପୂର୍ଣ୍ଣ ସୁସ୍ଥତା ପ୍ରଦାନ କରିଥାଏ। ଆଧୁନିକ ଚିକିତ୍ସା ବିଜ୍ଞାନର ନିର୍ଦ୍ଦିଷ୍ଟ ସୀମାରେଖା ରହିଛି। ଏହା କେବଳ ଲକ୍ଷଣ ଆଧାରରେ ଚିକିତ୍ସା ଦେଉଥିବାବେଳେ ଯୋଗ ଓ ଆୟୁର୍ବେଦ ବ୍ୟବସ୍ଥିତ ଚିକିତ୍ସା ପ୍ରଦାନ କରିଥାଏ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories