ରାମାଶିଷ ପାଇବେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ନାଟ୍ୟ ସମ୍ମାନ
ସମ୍ବଲପୁର: ଅଭିନୟ, ନିର୍ଦ୍ଦେଶକ, ନାଟ୍ୟ ସଙ୍ଗଠକ, ଉଦଘୋଷକ କ୍ଷେତ୍ରରେ ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ସମ୍ବଲପୁରର ରାମାଶିଷ ତ୍ରିପାଠୀଙ୍କୁ ଚଳିତ ବର୍ଷର ରାଜ୍ୟର ସମ୍ମାନସ୍ପଦ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ନାଟ୍ୟ ସମ୍ମାନ – ୨୦୨୨ ପ୍ରଦାନ କରାଯିବ। କାଳୀଗାଈର ଭିନେ ଗୋଠ, ଧାନଖେଡ, ଦାଦନ, ଏନ୍ତା ହେଲେ କେନ୍ତା ହେତା, ଗୁରବେ ନମଃ ଆଦି ୩୦ରୁ ଉର୍ଦ୍ଧ ନାଟକ ରଚନା କରି ସାରିଥିବା ଶ୍ରୀ ତ୍ରିପାଠୀ ଅଭିନୟ, ନିର୍ଦ୍ଦେଶନା, ଉଦଘୋଷଣା କ୍ଷେତ୍ରରେ ଦୀର୍ଘ ୩ ଦଶନ୍ଧିରୁ ଉର୍ଦ୍ଧ ହେବ ସାଧନାରତ ରହିଛନ୍ତି। ସମ୍ବଲପୁରର ନନ୍ଦପଡାସ୍ଥିତ ପଶ୍ଚିମ ଓଡିଶାର ସର୍ବ ପ୍ରଥମ ମୁକ୍ତ ମଞ୍ଚ ‘ଚିତ୍ରୋତ୍ପଳା ରଙ୍ଗମଞ୍ଚ’ ଠାରେ ନିଜର କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ ତ୍ରିପାଠୀ ଙ୍କୁ ଆଗାମୀ ନଭେମ୍ବର ୧୪ ତାରିଖରେ ଭବନୀପାଟଣା ସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ମହାବୀର ମହୋତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସମ୍ପାଦକ ସତ୍ୟନାରାୟଣ ସିଂହ ସୂଚନା ଦେଇଛନ୍ତି। ଏହି ଖବର ମିଳିବା ପରେ ସବୁ ମହଲରୁ ଶ୍ରୀ ତ୍ରିପାଠୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଉଛି।
Comments are closed.