www.samajalive.in
Sunday, December 7, 2025
23.1 C
Bhubaneswar

ଅଙ୍ଗନବାଡି କର୍ମୀଙ୍କୁ ବହିଷ୍କାର ଦାବିରେ ସିଡ଼ିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ରାମନାଗୁଡା : ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ନାରାୟଣଗୁଡା ଅଙ୍ଗନବାଡି କର୍ମୀ ଜୟନ୍ତୀ ଶବରଙ୍କ ମନମୁଖୀ କାର୍ୟ୍ୟକଳାପକୁ ନେଇ ଗ୍ରାମବାସୀ ଅସନ୍ତୁଷ୍ଟ । ପ୍ରତିବାଦରେ ଆଜି ଉକ୍ତ ଅଙ୍ଗନବାଡି କର୍ମୀଙ୍କୁ ବହିଷ୍କାର ଦାବି କରୀ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଗ୍ରାମର ମହିଳା । ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଦେବାରେ ଅନିୟମିତତା ଏବଂ ଶିଶୁ ମାନଙ୍କ ଅଭିଭାବକଙ୍କ ସହ ଦୁର୍ବ୍ୟବହାର ପ୍ରଦର୍ଶନ ଓ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଖେଳନା, ଶୌଚାଳୟ ଇତ୍ୟାଦି ବ୍ୟବହାରକୁ କର୍ମୀ ଜଣକ ବାରଣ କରୁଥିବା ମହିଳା ମାନେ ଅଭିଯୋଗ କରିଛନ୍ତି।
ଏଥିସହ ଉକ୍ତ କର୍ମୀଙ୍କୁ ଅନ୍ୟତ୍ର ବଦଳି ମଧ୍ୟ ଦାବୀ କରାଯାଇଛି । ଏ ନେଇ ପୂର୍ବ ରୁ ରାମନାଗୁଡା ଶିଶୁ ବିକାଶ ଯୋଜନା ଅଧିକାରୀ  ଶାନ୍ତିଲତା ରଥ ଗୁଣୁପୁର ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ମିଳିନଥିଲା। ଗତ ଅଗଷ୍ଟ ମାସରୁ ଏଭଳି ଅପ୍ରୀତିକର ପରିସ୍ଥିତି ଲାଗିରହିବାରୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରୀ , ସୁପରଭାଇଜର ପ୍ରମୁଖ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଗ୍ରାମବାସୀ ଉକ୍ତ କର୍ମୀଙ୍କୁ କୌଣସି ମତେ ଗ୍ରହଣ କରୁନଥିବା ଜଣାପଡିଛି । ଆଜି ପୁନଶ୍ଚ ଉକ୍ତ କର୍ମୀଙ୍କୁ ନାରାୟଣଗୁଡା କେନ୍ଦ୍ରରୁ ବହିଷ୍କାର ଦାବିକରୀ ଧାରଣାରେ ବସିରହିଛନ୍ତି ଗ୍ରାମର ମହିଳା । ଏନେଇ ସିଡ଼ିପିଓ ଙ୍କ ମତାମତ ଲୋଡିବାରୁ ବହିଷ୍କାର କିମ୍ବା ବଦଳି ତାଙ୍କ ପରିସରଭୁକ୍ତ ନୁହେଁ ସମସ୍ୟା ନେଇ ଉପରିସ୍ଥ ଅଧିକାରୀ ଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories