www.samajalive.in
Saturday, December 6, 2025
14.1 C
Bhubaneswar

ଦୁର୍ଗମ ଅଞ୍ଚଳରେ ଏସଏଚଜି ମହିଳାଙ୍କୁ ଷ୍ଟ୍ରବେରୀ ଚାଷ ଦେଇଛି ନୂଆ ପରିଚୟ

ରାମନାଗୁଡା : ଏଣିକି ପାରମ୍ପରିକ ଚାଷ ବଦଳରେ ଧାନ, କପା , ପନିପରିବା ଚାଷ ସହ କିଛି ନୂଆ ଫସଲ ଚାଷ କରିବାର ପ୍ରୟାସ ନେଇ ରାମନାଗୁଡ଼ା ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଷ୍ଟ୍ରବେରୀ ଚାଷ ବ୍ଲକ ପ୍ରଶାସନ ମିଶନ ମୋଡରେ କାର୍ଯ୍ୟକରି ସଫଳ ହୋଇଛି।
ରାୟଗଡ ଜିଲ୍ଲାରେ ପ୍ରଥମ ଥର ଲାଗି ରାମନାଗୁଡ଼ା ବ୍ଲକ ଦୁର୍ଗମ ତଥା ପାହାଡି ଇଲାକାରେ ଟାସ୍କି ,ପାଲୁପାଇ ଓ ଜିଞ୍ଜିରିବାଡ଼ିର ପ୍ରାକୃତିକ ପରିବେଶ ଏହି ଚାଷ ପାଇଁ ଅନୁକୂଳ ହୋଇଥିବାରୁ ସେଠିକାର ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ନେଇ ଚାଷ ଆରମ୍ଭ କରିଛି ବ୍ଲକ ପ୍ରଶାସନ। ଓଡ଼ିଶା ଜୀବିକା ମିଶନ ଓ ଉଦ୍ୟାନ ବିଭାଗର ମିଳିତ ପ୍ରୟାସରେ ଏହି ଷ୍ଟ୍ରବେରୀ ଚାଷ ଆରମ୍ଭ ହୋଇଥିଲା।ସୂଚନା ଅନୁସାରେ ଏହି ଚାଷ ନିମନ୍ତେ ପ୍ରଥମେ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ଉନ୍ନତ ଜ୍ଞାନ କୌଶଳ ଯଥା ବୁନ୍ଦା ଜଳସେଚନ ,ମଲ୍ଚିଂ ବ୍ୟବହାର କରି ଏହି ଷ୍ଟ୍ରବେରୀ ଚାଷ କରିବା ନେଇ ତାଲିମ ଦିଆଯାଇଥିଲା ।ପରେ ପୁଣେ ମହାବଲେଶ୍ଵରରୁ ଉନ୍ନତ ମାନର ଷ୍ଟ୍ରବେରୀ ଚାରା ଆଣି ବ୍ଲକ ପ୍ରଶାସନ ତରଫରୁ ଯୋଗାଇ ଦିଆଯାଇଥିଲା। ଉଦ୍ୟାନ କୃଷି ବିଭାଗ ସହାୟତାରେ ଆଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ଏହି ଚାଷ କରାଯାଇଛି। ରାମନାଗୁଡ଼ା ବ୍ଲକ ପାଲୁପାଇର ମା ସନ୍ତୋଷି ସ୍ଵୟଂ ସହାୟକ ଗୋଷ୍ଠୀ ଅଧା ଏକର ଚାଷ ଜମିରେ ଏହି ଚାଷ କାର୍ୟ୍ୟ ହୋଇଥିବାବେଳେ ଟାସ୍କି ମା ବୃନ୍ଦାବତୀ ସ୍ୱୟଂ ସହାୟକ ଗୋଷ୍ଠୀ ୧ ଏକର ଓ ଜିଞ୍ଜିରିବାଡି ଜୟ ମାତାଦି ସ୍ଵୟଂ ସହାୟକ ଗୋଷ୍ଠୀ ୧ଏକର ଏହିଭଳି ମୋଟ ୨.୫ଏକର ପରିମିତ ଜମିରେ ଏହି ଷ୍ଟ୍ରବେରୀ ଚାଷ ହେଇଥିବା ନେଇ ବ୍ଲକ ପ୍ରଶାସନ ସୂଚନା ମିଳିଛି। ଜିଞ୍ଜିରିବାଡ଼ିରୁ ଅମଳ ହୋଇଥିବା ଷ୍ଟ୍ରବେରୀ ଫଳକୁ ରାମନାଗୁଡ଼ା ଷ୍ଟ୍ରବେରୀ ନାମରେ ନାମିତ କରି ପ୍ୟାକିଂ ସହ ବଜାରିକରଣ ପାଇ ପ୍ରଶାସନ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଷ୍ଟ୍ରବେରୀ ଅମଳ ଆରମ୍ଭ ହୋଇଯାଇଥିବା ବେଳେ ଏହାକୁ ବିକ୍ରି କରି ବେଶ୍ ଦି ପଇସା ଭଲ ରୋଜଗାର ହେଉଥିବା କହିଛନ୍ତି ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ।ରାମନାଗୁଡ଼ା ବ୍ଲକରେ ସଫଳତାର ସହ ଏହି ଷ୍ଟ୍ରବେରୀଚାଷ ଆଗାମୀ ଦିନରେ ରାୟଗଡ଼ ଜିଲ୍ଲାରେ ଏହି ଚାଷକୁ ବୃଦ୍ଧି କରିବାରେ ସହାୟକ ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories