ରାମନାଗୁଡାରେ ୧୪ଦିନିଆ ଲକଡାଉନରେ ରାସ୍ତାଘାଟ ଜନଶୂନ୍ୟ, ପୁଲିସ ପାଟ୍ରୋଲିଂ କଡାକଡି

ରାମନାଗୁଡା: କରୋନା ଦ୍ବିତୀୟ ଲହର ଏବେ ରାଜ୍ୟରେ ଦ୍ରୁତ ଗତିରେ ବଢ଼ିବାରେ ଲାଗି ରହିଥିବା ବେଳେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାୟଗଡ଼ା ଜିଲ୍ଲା ରାମନାଗୁଡାରେ ମଧ୍ୟ ୧୪ଦିନିଆ ଲକଡାଉନ ଜାରି ହୋଇଛି। ସକାଳ ୬ଟାରୁ ଦିନ୧୨ଘଣ୍ଟା ପର୍ୟ୍ୟନ୍ତ କାଁ ଭାଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଛାଡ଼ିଦେଲେ ସମସ୍ତ ପ୍ରକାର ଦୋକାନ ବଜାର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଏଥିରେ ଆମ୍ବୁଲାନ୍ସସେବା, ବିଦ୍ୟୁତସେବା, ଟେଲିଫୋନ ସେବା, ସ୍ବାସ୍ଥ୍ୟ ଓ ମାଲ୍ ପରିବହନ ସହ କୃଷି ସମ୍ବନ୍ଧୀୟ ସେବାକୁ ଏଥିରୁ ବାଦ୍ ଦିଆଯାଇଛି। ସେହିପରି ରାମନାଗୁଡା ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ଲକଡାଉନ ସମୟରେ ଲୋକଙ୍କୁ ଘରୁ ନବାହାରିବା ଅନୁରୋଧ କରିବା ସହ ପୋଲିସ ପକ୍ଷରୁ ରାମନାଗୁଡା ମୁଖ୍ୟ ବଜାର ଛକ, ବ୍ଲକ ଅଫିସ ଛକ ସହ ଆନ୍ଦ୍ର ସୀମାନ୍ତବର୍ତ୍ତୀ ପ୍ରବେଶପଥ ଆଦି ସ୍ଥାନ ଗୁଡିକରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଲକଡାଉନ୍ ସମୟରେ କିଛି ଅମାନିଆଙ୍କୁ ଫାଇନ ଆଦାୟ କରାଯିବା ମାସ୍କ ଆଦି ବ୍ୟବହାର ସହ ଅତିଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ରାମନାଗୁଡା ଭାରାପ୍ରାପ୍ତ ତହସିଲଦାର ଫ୍ରଡିନାଲ୍ ଏକ୍କା ଓ ରାମନାଗୁଡା ବିଡ଼ିଓ ବେଣୁଧର ଶବର, ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ଆନ୍ଦ୍ର- ଓଡ଼ିଶା ସୀମାନ୍ତରେ ସ୍ଥିତି ଅନୁଧ୍ୟାନ କରିବା ସୀମାନ୍ତରେ ପ୍ରବାସୀଙ୍କ ଆଗମନକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରତ୍ୟେକ ଦିନ ସମସ୍ତ ଅଧିକାରୀ ପ୍ରତ୍ୟେକ ଦିନ ସୀମାନ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ଲୋକଙ୍କୁ ମାସ୍କ ବହୁଳ ବ୍ୟବହାର ନେଇ ସଚେତନ କରୁଛନ୍ତି। ବର୍ତ୍ତମାନ ଆନ୍ଦ୍ର-ତେଲେଙ୍ଗାନାରେ ଦେଖାଦେଇଥିବା ନୂଆ ଷ୍ଟ୍ରେନକୁ ରାଜ୍ୟସରକାର ଚିନ୍ତାପ୍ରକଟ କରୁଥିବା ବେଳେ ବାହାର ରାଜ୍ୟରୁ ଆସୁଥିବା ନୂଆ ଷ୍ଟ୍ରେନକୁ ନେଇ ସ୍ଥାନୀୟ ପ୍ରଶାସନ ପାଇଁ ମୁଣ୍ଡବ୍ୟଥା କାରଣ ପାଲଟିଛି। ଅନ୍ୟ ପକ୍ଷରେ ସୀମାନ୍ତରେ ପ୍ରବାସୀଙ୍କ ଅନୁପ୍ରବେଶକୁ ଦୃଷ୍ଟିରେ ରଖି ସୀମାନ୍ତ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି। ସେହିପରି ଆନ୍ଦ୍ର-ସୀମାନ୍ତ ଅନେକ ଗଳାବାଟ ରହିଥିବାରୁ ସୁଲୁଡି ନିକଟରେ ଅନ୍ୟ ଏକ ଅସ୍ଥାୟୀ ଚେକ୍ ପୋଷ୍ଟ କରାଯିବାକୁ ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ରାମନାଗୁଡାରେ ବଢ଼ିଚାଲିଥିବା କରୋନା ପ୍ରକୋପରେ ରାମନାଗୁଡା ବିଡ଼ିଓ ବେଣୁଧର ଶବର, ତହସିଲଦାର ଫଡ୍ରିନାଲ ଏକ୍କା, ଫାଣ୍ଡିଅଧିକାରୀ କୃତିବାସ ହରିଚନ୍ଦନ ସମସ୍ତ ଜନସାଧାରଣଙ୍କୁ କୋଭିଡ଼ କଟକଣା ମାନି ଚାଲିବାକୁ ପରାର୍ମଶ ଦେଇଛନ୍ତି। ତେବେ ବ୍ଲକ ପ୍ରଶାସନ ପକ୍ଷରୁ ରାମନାଗୁଡା ମୁଖ୍ୟବଜାର ଠାରେ ପ୍ରେଟ୍ରୋଲିଂ ବ୍ୟବସ୍ଥା କରାଯାଇଥିବାବେଳେ ଅଧିକାରୀଙ୍କ ସହ ବିଭିନ୍ନ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.