www.samajalive.in
Sunday, December 7, 2025
26.1 C
Bhubaneswar

କରୋନା କାୟା ; ସଂକ୍ରମଣ ଭୟରୁ ସଂକ୍ରମିତ ପିତାଙ୍କୁ ପାଣି ଦେବାକୁ ଝିଅକୁ ଅଟକାଇଲେ ମାଆ

ହାଇଦ୍ରାବାଦ : ସାରା ଦେଶରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି। ଏଭଳି ସମୟରେ ଏପରି ବହୁ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଯାହା ଖୁବ ଦୁଃଖଦାୟକ। ବର୍ତ୍ତମାନ ଏଭଳି ହିଁ ଏକ ଘଟଣା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।
ଭିଡିଓଟିରେ ଦେଖାଯାଉଛି ଜଣେ ଯୁବତୀ ନିଜ କରୋନା ସଂକ୍ରମିତ ବାପାଙ୍କୁ ପାଣି ପିଆଇବାକୁ ଚେଷ୍ଟା କରୁଛି। ମାତ୍ର ଯୁବତୀଙ୍କ ମାଆ ତାଙ୍କୁ ଅଟକାଇ ଦେଉଛନ୍ତି। ଏହାପରେ ଯୁବତୀ ଜଣଙ୍କ ଖୁବ ଜୋରରେ କାନ୍ଦିବାକୁ ଆରମ୍ଭ କରିଥିଲେ। ଯୁବତୀଙ୍କ ମାଆ ତାଙ୍କୁ ଅଟକାଇବାର କାରଣ କାଳେ ସେ ମଧ୍ୟ କରୋନା ପଜିଟିଭ ହୋଇଯିବେ। କିଛି ସମୟ ପରେ ତାଙ୍କ ପିତା ତଳେ ପଡିଯିବା ପରେ ଯୁବତୀ ତାଙ୍କୁ ପାଣି ଦେଇଥିଲେ। ଉକ୍ତ ବ୍ୟକ୍ତିଙ୍କର ବୟସ ୫୦ ବର୍ଷ। ସେ ଏକ କମ୍ପାନୀରେ କାମ କରୁଥିଲେ। ସଂକ୍ରମିତ ହେବା ପରେ ନିଜ ଗାଁ ଶ୍ରୀକାକୁଲମକୁ ଫେରି ଆସିଥିଲେ। ଗାଁରେ ରହିବାକୁ ବାରଣ ହେବାରୁ ଗାଁ ନିକଟରେ ଏକ ଝୁମ୍ପୁଡି ଘରେ ରହୁଥିଲେ। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଶଯ୍ୟା ମିଳିନଥିଲା। ବ୍ୟକ୍ତିର କିଛି ସମୟ ପରେ ମୃତ୍ୟୁ ମଧ୍ୟ ହୋଇଯାଇଥିଲା। ପରେ ତାଙ୍କ ପରିବାରର ଝିଅ ଓ ମାଆ ମଧ୍ୟ ସଂକ୍ରମିତ ହୋଇଯାଇଛନ୍ତି। ଯେଉଁ ବ୍ୟକ୍ତି ଭିଡିଓ ପ୍ରସ୍ତୁତ କରିଥିଲେ ସେ ଏନେଇ ସୂଚନା ଦେଇଛନ୍ତି। ଆନ୍ଧ୍ରପ୍ରଦେଶରେ ମଧ୍ୟ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହଜାର ହଜାର ଟପୁଛି।

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories