www.samajalive.in
Thursday, December 11, 2025
16.1 C
Bhubaneswar

ରାମଚନ୍ଦ୍ର ଖୁଣ୍ଟିଆ ସଭାପତି ନିର୍ବାଚିତ

ଭୁବନେଶ୍ୱର : ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ୨୬ତମ ରାଜ୍ୟ ସମ୍ମୀଳନୀରେ ୧୧ ଥର ପାଇଁ ଡ. ରାମଚନ୍ଦ୍ର ଖୁଣ୍ଟିଆ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ରବିବାର ରାଜ୍ୟ କାର୍ଯ୍ୟାଳୟରେ ଶ୍ରୀ ଖୁଣ୍ଟିଆ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥବବା ବେଳେ ରାଜ୍ୟ ସଂଗଠନର ଅନ୍ୟାନ୍ୟ କର୍ମକର୍ତ୍ତା ଓ ଜିଲ୍ଲା କମିଟି, ବ୍ଲକ କମିଟି ଗଠନ କରଯିବା ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟାଶାଖା ସମ୍ମିଳନୀରେ ସଭାପତିଙ୍କୁ କ୍ଷମତା ପ୍ରଦାନ କରାଯାଇଅଛି।
କଂଗ୍ରେସ ଦଳ ରାଜ୍ୟ ଓ କେନ୍ଦ୍ରରେ କ୍ଷମତାକୁ ଆସିଲେ ଶ୍ରମିକ କର୍ମଚାରୀମାନଙ୍କର ସର୍ବନିମ୍ନ ମଜୁରୀ ସାମାଜିକ ସୁରକ୍ଷା, ନ୍ୟୁନତମ ରୋଜଗାର ଗ୍ୟାରେଣ୍ଟି ଓ ବେକାରୀମାନଙ୍କୁ ବେକାରୀ ଭତ୍ତା ଦିଆଯିବ। କଂଗ୍ରେସ ଦଳ ସବୁବେଳେ ଶ୍ରମିକ ଓ କର୍ମଚାରୀମାନଙ୍କ ସ୍ୱାର୍ଥରକ୍ଷା କରିବା ପାଇଁ କାର୍ଯ୍ୟ କରିିଛି ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି। ମଜଦୁର କଂଗ୍ରେସର ୨୬ତମ ରାଜ୍ୟ ସମ୍ମଳୀନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଉଦ୍‍ବୋଧନ ଦେଇ କହିଛନ୍ତି ଯେ କେନ୍ଦ୍ରର ମୋଦୀ ସରକାର ଓ ରାଜ୍ୟର ନବୀନ ସରକାର ଶ୍ରମିକ ବିରୋଧି। ଏହି ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜ୍ୟ ବିଧାନସଭାର ବିରୋଧି ଦଳର ନେତା ନରସିଂହ ମିଶ୍ର ଶ୍ରମିକ କର୍ମଚାରୀ ମାନଙ୍କ ଉପରେ ଦେଶର ଭବିଷ୍ୟତ ନିର୍ଭର କରେ ଓ ଶ୍ରମିକ ଆନ୍ଦୋଳନ ଦୁର୍ବଳ ହେଲେ ସମାଜର ପରିବର୍ତ୍ତନ ହେବନାହିଁ ବୋଲି କହିଛନ୍ତି। ଏହି ସଭାରେ ପୌରହିତ୍ୟ କରି ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ ସଭାପତି ଡ. ଖୁଣ୍ଟିଆ କହିଛନ୍ତି ଯେ ଦେଶର ସର୍ବବୃହତ୍ତମ ଶ୍ରମିକ ସଂଗଠନ ଯାହାର ସଭ୍ୟ ସଂଖ୍ୟା ଦେଶରେ ୩୩ କୋଟି ୩୦ ଲକ୍ଷ ଥିଲାବେଳେ ଓଡ଼ିଶାର ଏହାର ସଭ୍ୟ ସଂଖ୍ୟା ୨୨ଲକ୍ଷ ୨୦ ହଜାର ଏବଂ ୨୦୦ ଟି ରେଜିଷ୍ଟ୍ରେଡ୍‍ ୟନିଅନ ଏହି ସଂଗଠନ ସହ ଗଠବନ୍ଧନ କରିଛନ୍ତି। ପ୍ରାରମ୍ଭରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡିଶା ଶାଖାର ସାଧାରଣ ସଂପାଦକ କିଶୋର ଜେନା, ସ୍ୱାଗତ ଭାଷଣ ଦେଇଥିଲାବେଳେ ଅନ୍ୟତମ ସାଧାରଣ ସଂପାଦକ ପ୍ରଶାନ୍ତି ବେହେରା ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧରଣୀ ସ୍ୱାଇଁ, ମଦନ ମୋହନ ଧଳ, ସିଟୁର ସଂପାଦକ ବିଷ୍ଣୁ ମହାନ୍ତି, ସୌରିବନ୍ଧୁ କର, ମହେନ୍ଦ୍ର ପରିଡା, ସୌଭାଗ୍ୟ ପ୍ରଧାନ ପ୍ରମୁଖ ଯୋଗଦେଇ ଶ୍ରମିକଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories