www.samajalive.in
Saturday, December 6, 2025
19.1 C
Bhubaneswar

ରାମ ମନ୍ଦିର ସ୍ମାରକ ରୂପା ମୁଦ୍ରା ଜାରି, ଏମିତି କିଣିପାରିବେ

ନୂଆଦିଲ୍ଲୀ : ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହୁଛି । ଭକ୍ତମାନେ ନିଜ ରାମଲାଲାଙ୍କୁ ଦେଖିବା ପାଇଁ କାହିଁ କେଉଁ ଦୂରରୁ ଛୁଟି ଆସୁଛନ୍ତି । ଏହା ସହିତ ମନ୍ଦିରର ପ୍ରସାଦ, ସରଜୁ ନଦୀର ଜଳ ଭଳି ଖାସ୍ ଜିନିଷର ମଧ୍ୟ ଚାହିଦା ଲଗାତର ବଢିବାରେ ଲାଗିଛି । ଯେଉଁମାନେ ଅଯୋଧ୍ୟା ଯାଇପାରୁନାହାଁନ୍ତି ସେମାନେ ଘରେ ବସି ଅନଲାଇନରେ ମନ୍ଦିରର ପ୍ରସାଦ ମଗାଉଛନ୍ତି । ଏବେ ଲୋକମାନେ ରାମଲଲା ଏବଂ ରାମ ମନ୍ଦିର ହୋଇଥିବା ରୂପା ମୁଦ୍ରା ମଧ୍ୟ କିଣିପାରିବେ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୩ ସ୍ମାରକ ମୁଦ୍ରା ଜାରି କରିଛନ୍ତି । ଏଥିରେ ଗୋଟିଏ ମୁଦ୍ରାରେ ରାମଲଲା ଏବଂ ରାମ ଜନ୍ମଭୂମି ମନ୍ଦିର, ଅଯୋଧ୍ୟାର ଥିମ୍ ଉପରେ ଆଧାରିତ । ଏହି ମୁଦ୍ରାକୁ ସରକାରଙ୍କ ଅଫିସିଆଲ୍ ସାଇଟରୁ ମଧ୍ୟ ଲୋକେ କିଣିପାରିବେ ।

ରାମଲାଲା ଏବଂ ରାମ ମନ୍ଦିର ଥିମ୍ ବିଶିଷ୍ଟ ୫୦ ଗ୍ରାମ ଓଜନର ଏହି ମୁଦ୍ରା ୯୯୯ ଶୁଦ୍ଧ ରୂପାରେ ପ୍ରସ୍ତୁତ ହୋଇଛି । ଏହି ମୁଦ୍ରାର ଗୋଟିଏ ପଟେ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ଫଟୋ ଓ ଅନ୍ୟପଟେ ମନ୍ଦିରର ଗର୍ଭଗୃହରେ ବିରାଜମାନ ରାମଲାଲାଙ୍କ ଫଟୋ ରହିଛି । ଏହା ବ୍ୟତୀତ ଅନ୍ୟ ୨ ସ୍ମାରକ ମୁଦ୍ରା ମଧ୍ୟ ଜାରି କରାଯାଇଛି । ଏହି ସ୍ମାରକ ମୁଦ୍ରା ୫୦ ଗ୍ରାମ ଓଜନ ବିଶିଷ୍ଟ ଏବଂ ଶୁଦ୍ଧ ରୂପାରେ ପ୍ରସ୍ତୁତ । ଏହାର ଦାମ୍ ୫ ହଜାର ଟଙ୍କାରୁ ଅଧିକ । ଏହି ମୁଦ୍ରାକୁ କ୍ରୟ କରି ନିଜ ଘର ମନ୍ଦିରରେ ଲୋକେ ଏହାକୁ ରଖିପାରିବେ । ଏହା ବ୍ୟତୀତ ଏହି ମୁଦ୍ରା ନିଜ ଆତ୍ମୀୟଙ୍କୁ ଉପହାର ସ୍ବରୂପ ମଧ୍ୟ ଦେଇପାରିବେ । ଏହି ମୁଦ୍ରାକୁ କ୍ରୟ କରିବା ପାଇଁ ଆପଣଙ୍କୁ ସରକାରଙ୍କ ଅଫିସିଆଲ ଓ୍ବେବସାଇଟ୍ https://www.indiagovtmint.in/souvenir-coins/ କୁ ଯିବାକୁ ହେବ । ଏଥିରେ ଜଣାଯାଇଥିବା ପ୍ରକ୍ରିୟାକୁ ପୁରା କରି ଆପଣ ଏହି ସ୍ମାରକ ମୁଦ୍ରା କ୍ରୟ କରିପାରିବେ ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories