www.samajalive.in
Saturday, December 6, 2025
15.1 C
Bhubaneswar

ନିର୍ବାଚନ ଋତୁରେ ଆରଏସଏସର ରାମ ମନ୍ଦିର ରଥ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ) ଅଯୋଧ୍ୟାରେ ରାମ ମନ୍ଦିରକୁ ନେଇ ଆଉ ଏକ ରଥ ଯାତ୍ରା ଆରମ୍ଭ କରିବାକୁ ଯାଉଛି। ମନ୍ଦିର ପାଇଁ ଜନସମର୍ଥନ ଅଭିଯାନ ଦିଲ୍ଲୀରୁ ଆରମ୍ଭ ହେବ। ଏହାକୁ ସଙ୍କଳ୍ପ ରଥ ଯାତ୍ରା ନାମରେ ନାମିତ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ରଥ ୧ଡିସେମ୍ବରରୁ ୧୦ଡିସେମ୍ବର ମଧ୍ୟରେ ଦିଲ୍ଲୀର ବିଭିନ୍ନ ଅଞ୍ଚଳର ପରିଭ୍ରମଣ କରିବ। ରଥ ଯାତ୍ରାକୁ ପରିଚାଳନା ଦାୟିତ୍ୱ ଆରଏସଏସର ଆଉ ଏକ ସଂଗଠନ ସ୍ୱଦେଶୀ ଜାଗରଣ ମଞ୍ଚକୁ ପ୍ରଦାନ କରାଯାଇଛି।
ବିଶ୍ୱ ହିନ୍ଦୁ ପରିଷଦ ପୂର୍ବରୁ ଜନସମର୍ଥନ ସଂଗ୍ରହ ପାଇଁ “ଧର୍ମ ସଭା’ର ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମରେ ସମଗ୍ର ଦେଶର ସନ୍ଥମାନେ ଯୋଗ ଦେଇଥିଲେ। ସରକାର ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ନିମନ୍ତେ ସ୍ୱତନ୍ତ୍ର ଅଧ୍ୟାଦେଶ ଆଣିବା ଉପରେ ବିଶ୍ୱ ହିନ୍ଦୁ ପରିଷଦର ସନ୍ଥମାନେ ଗୁରୁତ୍ୱାରୋପ କରିଥିଲେ। ଇତିମଧ୍ୟରେ ଶିବସେନା ପକ୍ଷରୁ ମଧ୍ୟ ଅଯୋଧ୍ୟାଠାରେ ରାମ ମନ୍ଦିର ନିର୍ମାଣ ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିବସେନା କର୍ମୀ ବ୍ୟାପକ ସଂଖ୍ୟାରେ ଅଯୋଧ୍ୟା ପହଞ୍ôଚ ଯଦି ରାମ ମନ୍ଦିର ନିର୍ମାଣ ନହୁଏ ତେବେ ଆଉ ବିଜେପି ସରକାର ଆସିବ ନାହିଁ ବୋଲି ସଂକଳ୍ପ କରିଥିଲେ। ଆରଏସଏସ ପ୍ରମୁଖ ମୋହନ ଭାବଗତ ମଧ୍ୟ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ସରକାର ଶୀଘ୍ର ପଦକ୍ଷେପ ନିଅନ୍ତୁ ବୋଲି ପରାମର୍ଶ ଦେଇଥିଲେ। ସୁପ୍ରିମ କୋର୍ଟ ଅଯୋଧ୍ୟା ରାମ ଜନ୍ମଭୂମି ଓ ମନ୍ଦିରକୁ ଗୁରୁତ୍ୱ ଦେଉ ନଥିଲେ ସରକାର ଅଧ୍ୟାଦେଶ ବଳରେ ଆଇନରେ ପରିବର୍ତ୍ତନ କରି ପାରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories