www.samajalive.in
Sunday, December 14, 2025
23.1 C
Bhubaneswar

ଦୁର୍ଘଟଣାରେ ଗୋଡ ଅଚଳ ତଥାପି ହାର୍‌ ମାନି ନାହାନ୍ତି ଲୋହରା ରାମଦାସ

କଲ୍ୟାଣସିଂହପୁର – ରାମଦାସ କୁଲସିକା ପେଶାରେ କମାର ବା ଲୋହରା । ପରିବାର କହିଲେ ଦୁଇ ପୁଅଙ୍କ ସହ ସ୍ତ୍ରୀ ଏକ ଛୋଟ ସଂସାର, କିଛି ଦିନ ତଳେ ଦୁର୍ଘଟଣା ରେ ଗୋଡ଼ ଅଚଳହୋଇ ପଡ଼ି ଥିଲେ ମଧ୍ୟ ହାର ମାନି ନାହାନ୍ତି । ଦୃଢ ମନୋବଳରେ ନିଜ ଲୋହରା କାମ କରି କାମ କରି  ତିନି ପ୍ରାଣୀ କୁଟୁମ୍ବଙ୍କୁ ପୋଷୁଛନ୍ତି । ଦୁନିଆଁ ଆଗରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ରାମଦାସ ।

ପୂର୍ବ ପୁରୁଷରୁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡ଼ା ପଂଚାୟତ ରାଉତ ପରିଡିଗୁଡା ଛକ ନିକଟ ଆମ୍ବ ଗଛ ତଳେ ଲୋହରା ଶାଳ (କମାରଶାଳ) ରହିଛି। ନିଜ ପେଷାକୁ ବଞ୍ଚାଇ ରଖିବା ପାଇଁ ପାଇଁ ଦୁଇଟି ବାଡ଼ି ସହାୟତା ରେ ଛୋଟେଇ ଛୋଟେଇ ନିଜ ପୂର୍ବ ପୁରୁଷଙ୍କ କାମ କରିଆସୁଛନ୍ତି । ଟାଙ୍ଗିଆ, ଲଙ୍ଗଳ ଫାଳ , ଶାବଳ, ତାଓ୍ୱା,କୋଡ଼ି , ଧାନ କାଟିବା ଦା, ଘାଗଡା, ପନିକି ପରି ଲୁହା ଜିନିଷ ସବୁ ଧାର କରିବା ସହିତ ତିଆରି କରୁଛନ୍ତି ।

- Advertisement -

କିନ୍ତୁ ଆଜିକା ଦିନ ରେ ଏହି ସବୁ କାମ ଲୋପ ହୋଇ ଯିବାର ଭୟ ରହିଛି ବୋଲି ରାମଦାସ କହିଛନ୍ତି । ଏବେ ମେସିନ୍‌ ଦ୍ୱାରା ପ୍ରସ୍ତୁତ ହୋଇ ଶସ୍ତାରେ ବଜାରରେ ଏହା ମିଳୁଥିବାରୁ ଲୋକ ଧିରେ ଧିରେ ତାକୁ କିଣୁଛନ୍ତି । ଲୋହରାଶାଳର ମଜବୁତ କାମକୁ ଅନେକ ଚାହୁଁନାହାନ୍ତି । ନିଜ ବେଉସା ଏବେ ବିପଦରେ ଥିବା କଥା କହିଛନ୍ତି ରାମଦାସ । ହେଲେ ସେ ହାର୍‌ ମାନିନାହାନ୍ତି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories