ସମୂହ ଛୁଟି ଗଲେ ହରଭଙ୍ଗାର ସମସ୍ତ ଏନ୍‌ପିଏସ୍‌ ଶିକ୍ଷକ ଶିକ୍ଷୟତ୍ରୀ

ହରଭଙ୍ଗା -ହରଭଙ୍ଗା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଏନପିଏସର ଏକ ବୈଠକ ଚାରି ଛକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ  ରବିବାର ସକାଳ  ସଭାପତି  ରଜତ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ବିଦ୍ୟାଳୟରୁ ଠିକା ନିଯୁକ୍ତି ପ୍ରଥା ଉଛେଦ,ସମସ୍ତ ଏନପିଏସ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଛଅ ବର୍ଷ ଠିକା ନିଯୁକ୍ତି ସମୟକୁ ମୂଳ ଚାକିରୀରେ ଗଣନା, ୬ଟି ଇଂକ୍ରିମେଂଟ ପ୍ରଦାନ ,କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ପୁରୁଣା ପେନସନ ପ୍ରଦାନ ଦାବି ନେଇ ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘ  ଡାକରାରେ ଆସନ୍ତା ୧୫ତାରିଖ ଠାରୁ ସମୂହ ଛୁଟି ରେ  ଯିବେ ହରଭଙ୍ଗା ବ୍ଲକରେ କାର୍ଯ୍ୟରତ ସମସ୍ତ ଏନପିଏସ ଶିକ୍ଷକ ଶିକ୍ଷୟତ୍ରୀ।ଜିଲ୍ଲା ସଂଘ ୟୁପିଟିଏଫର ସମ୍ପାଦକ ମହେଶ ସେଠୀ କହିଛନ୍ତି ।

Comments are closed.