www.samajalive.in
Saturday, December 6, 2025
14.1 C
Bhubaneswar

ବିଏସଏଫ ସୈନ୍ୟଙ୍କ ସହ ସାକ୍ଷାତ କଲେ ଆରଆରଆର ବୟ ରାମଚରଣ

ମୁମ୍ବଇ ; ଆରଆରଆର ଚଳଚ୍ଚିତ୍ର ଗତ କିଛି ଦିନ ତଳେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା। ରେକର୍ଡ ସୃଷ୍ଟି କରିବା ସହ ଜବରଦସ୍ତ ଆୟ ମଧ୍ୟ କରିଛି। ଚଳଚ୍ଚିତ୍ରରେ ସାଉଥ୍‍ ସୁପରଷ୍ଟାର ରାମ ଚରଣ ନିଜ ଜଲୱା ଦେଖାଇବା ସହ ଏଥିପାଇଁ ଅନେକ ପ୍ରଂଶସକଙ୍କ ଭଲ ପାଇବାର ସୁଅ ଛୁଟୁଥିବା ଦେଖାଯାଉଛି। ଏହି ସମୟରେ ରାମ ଚରଣ ଚଳଚ୍ଚିତ୍ରର ସଫଳତାକୁ କିଛି ଭିନ୍ନ ଶୈଳୀରେ ପାଳନ କରିଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖାଯାଉଛି। ଏହା ବର୍ତ୍ତମାନ ଏକ ଚର୍ଚ୍ଚାର ବିଷୟ ପାଲଟିଛି।
ରାମଚରଣ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ସୁଟିଂ ପାଇଁ ଅମୃତସହରରେ। ଅମୃତସହରର ବିଏସଏଫ କ୍ୟାମ୍ପରେ ସେ ସୈନ୍ୟ ମାନଙ୍କ ସହ ଅନେକ ସମୟ ବିତାଇବା ସହ ସେଠାରେ ଭୋଜନ କରିଛନ୍ତି। ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଚାମଚରଣ ହାଇଦ୍ରାବାଦ୍‍ ରୁ ନିଜର ସ୍ୱତନ୍ତ୍ର ରୋଷେୟାଙ୍କୁ ଡାକିଥିଲେ। ସୈନ୍ୟମାନଙ୍କ ପାଇଁ ବିଶେଷ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା। ସେମାନେ ମଧ୍ୟ ଖୁବ ଖୁସିର ସହ ରାମ ଚରଣଙ୍କ ସହ ଭୋଜନ କରିବା ସହ ସମୟ ବିତାଇଥିଲେ। ଏହାର ଏକ ଫଟୋ ମଧ୍ୟ ରାମଚରଣ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି,ଅମୃତସହରର ବିଏସଏଫ କ୍ୟାମ୍ପସର କାହାଣୀରେ ବଳିଦାନ,ତ୍ୟାଗ , ସୀମା ସୁରକ୍ଷା ବଳର ଉତ୍ସର୍ଗ ବିଷୟରେ ଶୁଣିବା ସହ ସହିତ ଏକ ପ୍ରେରଣାଦାୟକ ସମୟ ବିତାଇଛି।
ଏହାସହ ରାମ ଚରଣଙ୍କ ପତ୍ନୀ ଉପାସନା ମଧ୍ୟ ଗୁରୁଦ୍ୱାରରେ ତାଙ୍କ ତରଫରୁ ଏକ ଲଙ୍ଗର ଆୟୋଜନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories