ଯବାନମାନଙ୍କ ପାଇଁ ରାକ୍ଷୀ

ସମ୍ବଲପୁର – ଦେଶର ସୁରକ୍ଷାରେ ଦିନ ରାତି ଲାଗି ରହିଥିବା ବୀର ଯବାନ ମାନଙ୍କ ପାଇଁ ପବିତ୍ର ରାକ୍ଷୀ ପୁର୍ଣ୍ଣିମା ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ସାରା ଦେଶରେ ରାକ୍ଷୀ ସଂଗ୍ରହ କରାଯାଇ ପ୍ରେରଣ କରାଯାଇଥାଏ ।

ଏହି କ୍ରମରେ ଏବିଭିପିର ସମ୍ବଲପୁର ଶାଖା ତରଫରୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ ଏବଂ ବିଭିନ୍ନ ଛାତ୍ରୀ ନିବାସ ଗୁଡିକରୁ ବୀର ଯବାନ ମାନଙ୍କ ପାଇଁ ରାକ୍ଷୀ ଓ ଚିଠି ସଂଗ୍ରହ କରାଯାଇଛି । ପବିତ୍ର ରକ୍ଷା ବନ୍ଧନ ଅବସରରେ ଦେଶର ରକ୍ଷା ପାଇଁ ଭଉଣୀ ଙ୍କ ପାଖକୁ ଆସି ପାରୁ ନ ଥିବା ଏବଂ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏବିଭିପିର ମେଘା, କୀର୍ତ୍ତି, ପୂଜା, ପ୍ରତିନନ୍ଦା, ସିମ୍ରନ, ଲମ୍ବୋଦର, ବିଶାଳ ଙ୍କ ସମେତ ଅନ୍ୟ ମାନେ ସାମିଲ ହୋଇଥିଲେ ।

Comments are closed.