www.samajalive.in
Saturday, December 6, 2025
23.1 C
Bhubaneswar

ରାଜ୍ୟସଭା ଦିନକ ପାଇଁ ମୁଲତବୀ

 

ନୂଆଦିଲ୍ଲୀ : ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ରକରି ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ରାଜ୍ୟସଭାକୁ ସୋମବାର ଦିନକ ପାଇଁ ମୁଲତବୀ ରଖାଯାଇଛି। ମଧ୍ୟାହ୍ନ ଅବକାଶ ପରେ ବିଜେପିର ଭୁପେନ୍ଦ୍ର ଯାଦବ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସଂକ୍ରାନ୍ତ ଆଲୋଚନା ଆରମ୍ଭ କରିଥିଲେ। ତେବେ ଏହି ସମୟରେ ଟି.ଏମ୍‍.ସି. ସଦସ୍ୟମାନେ ଅଧ୍ୟକ୍ଷକଙ୍କ ଆସନ ନିକଟକୁ ଯାଇ ସ୍ଲୋଗାନ ଦେବା ସହ ହୋ-ହାଲ୍ଲା କରିଥିଲେ। ତେଲୁଗୁଦେଶମ୍‍ ପାର୍ଟି ସଦସ୍ୟମାନେ ମଧ୍ୟ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମର୍ଯ୍ୟାଦା ପ୍ରଦାନ ଦାବିରେ ସ୍ଲୋଗାନ ଦେଇଥିଲେ। ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।
ସେହିପରି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବାର ମାତ୍ର ଅଳ୍ପ କିଛି ସମୟ ପରେ ସମାଜବାଦୀ ପାର୍ଟି ଓ ବିଏସ୍‍ପି ସଦସ୍ୟମାନେ ଉତ୍ତର ପ୍ରଦେଶ ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁ ଘଟଣା ବିଷୟ ଉଠାଇଥିଲେ। କିନ୍ତୁ ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଏଥିପାଇଁ ଅନୁମତି ଦେଇ ନ ଥିଲେ। ଏହି ହଟ୍ଟଗୋଳ ମଧ୍ୟରେ ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ୍‍ ଓରାମ୍‍ ଅନୁସୂଚିତ ଜାତି ସଂକ୍ରାନ୍ତ ତୃତୀୟ ସଂଶୋଧନ ବିଲ୍‍-୨୦୧୯ ଆଗତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ପ୍ରବାସୀ ଭାରତୀୟ ବିବାହ ପଞ୍ଜୀକରଣ ବିଲ୍‍-୨୦୧୯ ଆଗତ କରିଥିଲେ। କଂଗ୍ରେସ ସଦସ୍ୟମାନେ ଏହାକୁ ବିରୋଧ କରିବାରୁ ଗୃହକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories