www.samajalive.in
Saturday, December 6, 2025
14.1 C
Bhubaneswar

ରାଜ୍ୟ ସଭା ଉପାଧ୍ୟକ୍ଷ  ନିର୍ବାଚନ ପ୍ରସଙ୍ଗରେ ସମର୍ଥନ ପାଇଁ  ନବୀନ ପଟ୍ଟନାୟକଙ୍କୁ ଫୋନ୍‌ କଲେ ଅମିତ ଶାହ ଓ ନୀତିଶ କୁମାର

ଭୁବନେଶ୍ୱର:  ଅଗଷ୍ଟ ୯ ତାରିଖରେ  ରାଜ୍ୟ ସଭାର ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାର ଅଛି ।  ଜନତାଦଳ ୟୁନାଇଟେଡ୍‌ର ନେତା ତଥା ସାସଂଦ ହରିବଂଶ ନାରାୟଣ ସିଂ ଏନ୍‌ଡିଏର ପ୍ରାର୍ଥୀ ହେବେ । ହରିବଂଶଙ୍କୁ ସମର୍ଥନ କରିବା ପାଇଁ ଜେଡିୟୁର ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର , ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଲ୍‌ କରିଥିଲେ । ସେହିପରି ମଙ୍ଗଳବାର ଦ୍ୱିପହରରେ  ବିଜେପି ଅଧ୍ୟକ୍ଷ ଅମିତ ଶାହ  ଫୋନ୍‌ କରି ସମର୍ଥନ କରିବାପାଇଁ ନବୀନ ପଟ୍ଟନାୟକଙ୍କୁ  କହିଥିବା ସୂଚନା ମିଳିଛି ।

ଏହି ପ୍ରସଙ୍ଗରେ ବିଜେଡି ବୁଧବାରରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାର ସମ୍ଭାବନା ରହିଛି । ଏନ୍‌ଡିଏର ପ୍ରାର୍ଥୀଙ୍କ ବିରୋଧରେ ଭୋଟ ଦେବ ବୋଲି ଓ୍ୱାଇଏସ୍‌ଆର୍‌ କଂଗ୍ରେସ କହିଛି । ସେହିପରି ଅକାଳିଦଳ ମତଦାନରୁ ବିରତ ରହିବ ବୋଲି ପ୍ରକାଶ କରିଛି ।

- Advertisement -

ୟୁପିଏ ପକ୍ଷରୁ ନବୀନ ପଟ୍ଟନାୟକଙ୍କୁ ଏହି ପ୍ରସଙ୍ଗରେ କଲ୍‌ ଆସିଛି । ଏନ୍‌ସିପି ନେତା ଶରଦ ପାଓ୍ୱାର ନବୀନ ପଟ୍ଟନାୟକଙ୍କୁ କଲ୍‌ କରିଥିଲେ । ୟୁପିଏର ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପାଇଁ ଶରଦ ପାଓ୍ୱାର ନବୀନଙ୍କୁ କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories