www.samajalive.in
Monday, December 15, 2025
26.1 C
Bhubaneswar

ଜୋର୍‌ରେ କାର୍‌ ଚଳାଇବା ଯୋଗୁଁ ଓଲଟି ପଡିଲା – ୫ ମୃତ

ଜୟପୁର- ରାଜସ୍ଥାନର ହନୁମାଡଗଡ ଅଞ୍ଚଳରେ ଦୁଇଟି ଦ୍ରୁତଗାମୀ କାର୍‌ ରାସ୍ତାକଡକୁ ଓଲଟିପଡିଥିଲେ । ରାସ୍ତା କଡରେ ଥିବା ଚାଷ ଜମିରେ ଏହି କାର୍‌ ପଡିଥିଲେ । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ହୋଇଛନ୍ତି ।

ମୃତକମାନେ ହରିୟାଣା କୁରୁକ୍ଷେତ୍ର ଅଞ୍ଚଳର । ଦୁଇଟି କାର୍‌ ଦ୍ରୁତଗତିରେ ଆସୁଥିବା ବେଳେ ଗୋଟିଏ କାର୍‌ ଡ୍ରାଇଭର୍‌ ରାସ୍ତାର ବୁଲାଣୀ ନ ଦେଖିପାରିବାରୁ ଏହା ଓଲଟି ଯାଇଥିଲା ଏବଂ ଚାଷ ଜମି ଭିତରେ ପଡିଥିଲା । ତା ପଛରେ ଥିବା କର୍‌ ବି ସମାନ ଢଙ୍ଗରେ ଖେତ ଭିତରେ ପଡିଥିଲା । କାର ଚଳାଉଥିବା ବ୍ୟକ୍ତମାନେ ଅତି ଦ୍ରୁତଗତିରେ କାର୍‌ ଚଳାଇଥିବାରୁ ବୁଲାଣୀ ଦେଖି ନପାରି ଏହି ଦୁର୍ଘଟଣା ଘଟାଇଥିବା ପୁଲିସ ପକ୍ଷରୁ କୁହାଯାଇଛି ।

- Advertisement -

ଏହି ଦୁର୍ଘଟଣାରେ ଦୁଇଟିଯାକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ହରିୟାଣାର ହିସାରରେ ଥିବା ଅଗ୍ରୋହ ମେଡିକାଲ୍‌ କଲେଜରେ ଆହତମାନଙ୍କୁ ଅଧିକା ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories