www.samajalive.in
Saturday, December 6, 2025
23.1 C
Bhubaneswar

ରାଜମୌଲିଙ୍କ ‘ଆର ଆର ଆର’ରେ ଆଲିଆଙ୍କ ସ୍ଥାନରେ ପ୍ରିୟଙ୍କା

ମୁମ୍ବଇ : ବ୍ଲକବଷ୍ଟର ସୁପର ହିଟ୍ ଫିଲ୍ମ ବାହୁବଳୀର ନିର୍ଦ୍ଦେଶକ ଏସ୍ ଏସ୍ ରାଜମୌଲି ତାଙ୍କର ପରବର୍ତ୍ତି ବିଗ୍ ବଜେଟ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏହି ଫିଲ୍ମର ଟାଇଟଲ ରହିଛି ‘ଆର ଆର ଆର’ । ଫିଲ୍ମରେ ପ୍ରଥମ ଥର ପାଇଁ ରାମ ଚରଣ ଏବଂ ଜୁନିଅର ଏନଟିଆରଙ୍କ ପରି ମେଗାଷ୍ଟାର ଲିଡ୍ ରୋଲରେ ନଜର ଆସିବେ । ଏଥିରେ ପୂର୍ବରୁ ବଲିଉଡର ଚୁଲବୁଲି ଆଗଧାଡ଼ିର ନାୟିକା ଆଲିଆ ଭଟ୍ଟ ଅଭିନୟ କରିବାକୁ ଥିବା ଶୁୁଣାଯାଉଥିଲା। ମାତ୍ର ଆଲିଆଙ୍କ ପାଖରେ ଅନେକ ଫିଲ୍ମ ଅଫର ଥିବାରୁ ସେ ଏଥିପାଇଁ ସମୟ ଦେଇପାରିବେନି ବୋଲି କହିଥିବା ଜଣାପଡ଼ିଛି। ତେବେ ଆଲିଆଙ୍କ ସ୍ଥାନରେ ପୂର୍ବତନ ବିଶ୍ବ ସୁନ୍ଧରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଅଭିନୟ ପାଇଁ ଅଫର ଦିଆଯାଇଛି। ଏଥିରେ ପ୍ରିୟଙ୍କା ରାମ ଚରଣଙ୍କ ନାୟିିକା ଭାବେ ନଜର ଆସିବାକୁ ଥିବା ସୂଚନା ମିଳିଛି।

ଶୁଣାଯାଉଛି ଯେ ‘ଆର ଆର ଆର’ ଫିଲ୍ମର ନାମ ରାଜମୌଲୀ, ରାମଚରଣ ଏବଂ ରାମା ରାଓଙ୍କ ନାମାନୁସାରେ ରଖାଯାଇଛି। ପ୍ରକୃତରେ ଏହି ଫିଲ୍ମର ନାମ ହେଉଛି ‘ରାମା ରାବଣା ରାଜ୍ୟମ୍’ । ଡିଭିଭି ଏଣ୍ଟରଟେନମେଣ୍ଟ ବ୍ୟାନରରେ ନର୍ମିତ ଏହି ଫିଲ୍ମରେ ରାମ ଚରଣ ଏବଂ ଜୁନିଅର ଏନଟିଆରଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ। ବାହୁବଳୀ ପରି ଫିଲ୍ମରେ ଜବରଦସ୍ତ ଆକ୍ସନ ରହିବ ବୋଲି ଶୁଣିବାକୁ ମିଳିଛି। ରାଜମୌଲିଙ୍କ ଦ୍ବାରା ନିର୍ମିତ ବ୍ଲକ ବଷ୍ଟର ସିନେମା ବାହୁବଳୀର ପ୍ରଥମ ଭାଗର ବଜେଟ୍ ୧୮୦ କୋଟି ଏବଂ ଦ୍ୱିତୀୟ ପାର୍ଟର ୨୫୦ କୋଟି ହୋଇଥିବାବେଳେ ଏହି ଫିଲ୍ମର ବଜେଟ୍ ୩୦୦ କୋଟି ରହିଛି।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories