www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରଭୁ ହନୁମାନଙ୍କ ଏହି ଫଟୋ ଦେଇଥାଏ ଅନେକ ସମସ୍ୟାରୁ ମୁକ୍ତି

ସଭିଁଙ୍କ ପୂଜା ଘରେ ପ୍ରଭୁ ହନୁମାନଙ୍କ ଫଟୋ ରହିଛି। ମାତ୍ର ପ୍ରଭୁଙ୍କର ପଞ୍ଚମୁଖୀ ଅବତାର ଥିବା ଫଟୋ ଗୃହର କେଉଁ ସ୍ଥାନରେ ଲଗାଇଲେ କି ଫଳ ପ୍ରାପ୍ତି ହୋଇଥାଏ, ତାହା ହୁଏତ ସଭିଏଁ ଜାଣି ନଥିବେ। ଜାଣନ୍ତୁ ଏ ବିଷୟରେ
ଯଦି ଆପଣଙ୍କ ଜୀବନରେ ଓ ପରିବାରରେ ସମସ୍ୟା ଲାଗି ରହୁଛି ତେବେ ଘରର ମୁଖ୍ୟ ଦ୍ୱାରରେ ପ୍ରଭୁ ହନୁମାନଙ୍କର ପଞ୍ଚମୁଖୀ ଅବତାର ଫଟୋ ନିଶ୍ଚୟ ଲଗାନ୍ତୁ। ଏହି ସମସ୍ୟା ଦୂର ହେବ। ଘରେ ସୁଖସମୃଦ୍ଧି ଭରିଯିବ। ହିନ୍ଦୁ ପୌରାଣିକ କଥା ଅନୁଯାୟୀ, ପ୍ରଭୁ ନିଜର ଏହି ଅବତାରରେ ରାବଣର ଭାଈ ଅହିରାବଣର ବଧ କରିଥିଲେ।
ହନୁମାନଙ୍କର ପଞ୍ଚମୁଖୀ ଅବତାରରେ ଏହି ପାଞ୍ଚଟି ମୁଖ ହେଉଛି ବାନର, ଗରୁଡ଼, ବରାହ, ଅଶ୍ୱ ଓ ନୃସିଂହଙ୍କ ମୁଖ। ଏହି ଅବତାରରେ ପ୍ରଭୁ ଭକ୍ତମାନଙ୍କ ସମସ୍ତ ଦୁଃଖଦୁର୍ଦ୍ଦଶା ଦୂର କରନ୍ତି। ପ୍ରଭୁଙ୍କର ପ୍ରତ୍ୟେକ ମୁଖର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି।
ବାନର ମୁଖ ସମସ୍ତ ଶତ୍ରୁଙ୍କ ଠାରୁ ରକ୍ଷା କରିଥାଆନ୍ତି।
ଗରୁଡ଼ ମୁଖ ସମସ୍ତ ସମସ୍ୟାକୁ ଦୂର କରିଥାଆନ୍ତି।
ବରାହ ମୁଖ ସମୃଦ୍ଧି, ଦୀର୍ଘାୟୁ, ପ୍ରଦାନ କରିଥାଆନ୍ତି।
ନୃସିଂହ ମୁଖ ବିଭିନ୍ନ ସମସ୍ୟା, ଦୁଃଖ ଦୂର କରିଥାଆନ୍ତି।
ଅଶ୍ୱ ମୁଖ ସମସ୍ତ ମନସ୍କାମନା ପୂରଣ କରିଥାଆନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories