www.samajalive.in
Thursday, December 11, 2025
15.1 C
Bhubaneswar

‘ଲାଲ ସଲାମ’: କଳା ଚଷମା ସାଙ୍ଗକୁ ନାଲି ଟୋପି, ମୋଇଦିନ ଭାଇ ସାଜି ଆସୁଛନ୍ତି ରଜନୀକାନ୍ତ

ମୁମ୍ବଇ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ରଜନୀକାନ୍ତ ସବୁବେ​‌ଳେ ଚର୍ଚ୍ଚାରେ ରହିଥାଆନ୍ତି। ତାଙ୍କ ଫିଲ୍ମ ଦେଖିବା ପାଇଁ ଲୋକେ ଉତ୍ସାହର ସହ ଅପେକ୍ଷା କରିଥାଆନ୍ତି। ଏବେ ସେ ତାଙ୍କ ଝିଅଙ୍କ ଦ୍ବାରା ନିର୍ଦେଶିତ ଚଳଚ୍ଚିତ୍ର ‘ଲାଲ ସଲାମ’କୁ ନେଇ ଚର୍ଚ୍ଚାରେ। ‘ଲାଲ ସଲାମ’ରୁ ରଜନୀକାନ୍ତଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି, ଯାହା ଖୁବ୍‌ ଚମତ୍କାର ଓ ପ୍ରଭାବଶାଳୀ ଦେଖାଯାଉଛି।

- Advertisement -

ଐଶ୍ବର୍ଯ୍ୟା ରଜନୀକାନ୍ତ ଦୀର୍ଘ ଦିନ ପରେ ‘ଲାଲ ସଲାମ’ ଦ୍ବାରା ନିର୍ଦେଶନା ଜଗତକୁ ଫେରିଛନ୍ତି। କିଛିଦିନ ପୂର୍ବେ ଐଶ୍ବର୍ଯ୍ୟା ଘୋଷଣା କରିଥିଲେ ଯେ, ତାଙ୍କର ଏହି ଚଳଚ୍ଚିତ୍ରରେ ପିତା ରଜନୀକାନ୍ତ ଅଭିନୟ କରିବେ। ଫିଲ୍ମ ଘୋଷଣା ହେବା ପରଠାରୁ ପ୍ରଶଂସକମାନେ ଏଥିରୁ ରଜନୀକାନ୍ତଙ୍କ ଲୁକ୍‌ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଥିଲେ। ଏବେ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟାଇ ନିର୍ମାତା ଫିଲ୍ମରୁ ସୁପରଷ୍ଟାରଙ୍କ ପ୍ରଥମ ପୋଷ୍ଟର ଶେୟାର କରିଛନ୍ତି। ଏଠାରେ ସୂଚନାଯୋଗ୍ୟ, ‘ଲାଲ ସଲାମ’ରେ ରଜନୀକାନ୍ତ ମୁଖ୍ୟ ଭୂମିକାରେ ନୁହେଁ ବରଂ ଅତିଥି କଳାକାର ଭାବେ ନଜର ଆସିବେ। ଫିଲ୍ମରେ ସେ ମୋଇଦିନ ଭାଇ ଭୂମିକାରେ ଅଭିନୟ କରିଛନ୍ତି। ପୋଷ୍ଟରରେ ରଜନୀକାନ୍ତଙ୍କ ଜବରଦସ୍ତ ଅବତାର ଦେଖିବାକୁ ମିଳିଛି। କଳା ଚଷମା, ମୁଣ୍ଡରେ ନାଲି ଟୋପି ପିନ୍ଧି ବେଶ୍‌ ଆକର୍ଷଣୀୟ ଲୁକ୍‌ରେ ନଜର ଆସିଛନ୍ତି ସୁପରଷ୍ଟାର। ପୋଷ୍ଟର ଶେୟାର କରି ଐଶ୍ବର୍ଯ୍ୟା ଲେଖିଛନ୍ତି, ‘‘ମୋଇଦିନ ଭାଇ…ଆପଣଙ୍କୁ ସ୍ବାଗତ !’’

ଐଶ୍ବର୍ଯ୍ୟା ରଜନୀକାନ୍ତ ନିର୍ଦେଶିତ ‘ଲାଲ ସଲାମ’ର ଶୁଟିଂ ଚାଲିଛି। ଫିଲ୍ମରେ ରଜନୀକାନ୍ତଙ୍କ ବ୍ୟତୀତ ବିଷ୍ଣୁ ବିଶାଲ ଓ ବିକ୍ରାନ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଲାଇକା ପ୍ରଡକ୍ସନ ଦ୍ବାରା ନିର୍ମିତ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ଦେବେ ଏ ଆର୍‌ ରହମାନ। ଏହା ପୂର୍ବରୁ ଲାଇକା ପ୍ରଡକ୍ସନ ନିଜ ଟ୍ବିଟର ପେଜ୍‌ରେ ଫିଲ୍ମ ପ୍ରଥମ ପୋଷ୍ଟର ଶେୟାର କରିଥିଲେ। ସେଥିରେ ବଡ଼ ବଡ଼ ଅକ୍ଷରରେ ଲାଲ୍‌ ସଲାମ ଲେଖା ହୋଇଥିଲା ଏବଂ ଲୋକେ ପରସ୍ପର ମଧ୍ୟରେ ଲଢେଇ କରୁଥିବା ଦେଖିବାକୁ ମିଳିଥିଲା। ଏଥିସହ ସେମାନଙ୍କ ଆଖପାଖରେ ନିଆଁ ମଧ୍ୟ ଖୋଯାଉଥିଲା।

‘ଲାଲ ସଲାମ’ ଚଳିତ ବର୍ଷ ମୁକ୍ତିଲାଭ କରିବ। ଖୁବଶୀଘ୍ର ଫିଲ୍ମର ମୁକ୍ତିଲାଭ ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା ହେବ ବୋଲି ଜଣାପଡ଼ିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories