www.samajalive.in
Friday, December 5, 2025
20.1 C
Bhubaneswar

ମୋ ଭଉଣୀକୁ ହତ୍ୟା କରାଯାଇଛି -ଅଭିଯୋଗ ପରେ ମୃତଦେହ ବ୍ୟବଚ୍ଛେଦ ହେଲା

ରାଜଗାଙ୍ଗପୁର : ରାଜଗାଙ୍ଗପୁର ବିଧାନସଭା ଅଞ୍ଚଳ ଖତକୁରବାହାଲରେ ଗତ ୨୬ ତାରିଖରେ ଜଣେ ବିବାହିତ ଯୁବତୀଙ୍କ ମୃତ୍ୟୁ ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି। ମୃତ୍ୟୁର ଦୁଇ ଦିନ ପରେ ମୃତ ଯୁବତୀଙ୍କ ଭାଇ ଭଉଣୀକୁ ନିର୍ଯାତନା ଦେଇ ହତ୍ୟା କରାଯାଇଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି। ଫଳରେ ଆଜି ପୁଲିସ ମାଜିଷ୍ଟ୍ରେଟ ଏବଂ ଫରେନସିକ ଟିମର ଉପସ୍ଥିତିରେ ମୃତଦେହକୁ କବରରୁ ବାହାର କରି ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ। ଏହି ସମୟରେ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସମ୍ପୃକ୍ତ ଅଂଚଳରୁ  ଶହ ଶହ ସଂଖ୍ୟାରେ ସ୍ଥାନୀୟ ଲୋକେ ଶ୍ମଶାନରେ ରୁଣ୍ଡ ହୋଇଥିଲେ।

ଯୁବକଙ୍କର ଲାଗିଲା ୩.୫୫ ଲକ୍ଷ ଟଙ୍କା ଲଟେରୀ, କିନ୍ତୁ କଲେ ଆତ୍ମହତ୍ୟା, ଜାଣନ୍ତୁ କାରଣ..


ସୂଚନା ଅନୁଯାୟୀ ରାଉରକେଲା ନାଲା ରୋଡ଼ ନିବାସୀ ମହମଦ ହଲିମଙ୍କ ଝିଅ ସିରିନ ନାଜର ଗତ ୨୦୧୯ ମସିହା ୨୯ ଅକ୍ଟୋବରରେ କୁତ୍ରା ଥାନା ଖତକୁର ବାହାଲର ମୋବିନ ରାଜାର ମଝିଆ ପୁଅ ମନୱାର ରାଜା ସହିତ ବିବାହ ହୋଇଥିଲା। ଗତ ୨୬ ତାରିଖ ସନ୍ଧ୍ୟାରେ ପୁଅର ପିତା ମୋବିନ ରାଜା ଅପରାହ୍ନରେ ଫୋନ ମାଧ୍ୟମରେ ଝିଅ ଘରକୁ ଖବର ଦେଇଥିଲେ, ତୁମ ଝିଅ ଅସୁସ୍ଥ ଅଛି, ଡାକ୍ତରଖାନା ନେଉଛୁ। କିଛି ସମୟ ପରେ ପୁଣି ଫୋନରେ ମୃତ୍ୟୁ ଖବର ଦେଇଥିଲେ। ଝିଅର ଭାଇ ୱାସୀମ ଅକ୍ରମ ଏବଂ ପିତା ମହମଦ ହଲିମ କୁତ୍ରା ଡାକ୍ତରଖାନା ଆସିଥିଲେ। ସେଠାରେ ସେମାନେ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ, ମାତ୍ର ପରବର୍ତୀ ସମୟରେ ଥାନାରେ ଗତ ୨୭ ତାରିଖରେ କବର ଦିଆଯାଇଥିଲା।

ନବୀନ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କଲେ ମୋହନ ସରକାର

- Advertisement -

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories