ରାଜଗାଙ୍ଗପୁର: ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜାମପାଲି ସ୍କୁଲରେ ନବମ ଶ୍ରେଣୀରେ ପାଠପଢୁଥିବା ଜନୈକ ୧୫ ବର୍ଷୀୟ ଛାତ୍ରୀ ସୋମବାର ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଛାତ୍ରୀ ଜଣକ ସ୍କୁଲରୁ ଫେରି ଜାମପାଲି ସ୍ଥିତ ତାଙ୍କ ଘର ଭିତରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ରାଜଗାଙ୍ଗପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।
Popular Categories



