www.samajalive.in
Sunday, December 7, 2025
18.1 C
Bhubaneswar

ରାଜସ୍ଥାନ ରାଜନୀତି : ବିଧାନସଭା ଅଧିବେଶନ ଡାକିବା ନେଇ ରାଜ୍ୟପାଳଙ୍କ ୩ ସର୍ତ୍ତ

ଜୟପୁର : ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ବିଧାନସଭା ଅଧିବେଶନ ଡାକିବା ପାଇଁ ସୋମବାର ସମ୍ମତି ପ୍ରକାଶ କରିଛନ୍ତି। ତେବେ ଅଧିବେଶନ ଡାକିବା ନେଇ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାର ଯେଉଁ ଏଜେଣ୍ଡା ଦେଇଛନ୍ତି ତଦନୁଯାୟୀ ରାଜ୍ୟପାଳ ସରକାରଙ୍କ ନିକଟରେ ତିନିଟି ସର୍ତ୍ତ ଧାର୍ଯ୍ୟ କରିଥିବା ରାଜଭବନ ସୂତ୍ରରୁ ପ୍ରକାଶ। ରାଜଭବନ ପକ୍ଷରୁ କୁହାଯାଇଛି ଯେ, ଯଦି ସରକାର ଆସ୍ଥା ଭୋଟ ଲୋଡିବା କଥା ଉଲ୍ଲେଖ କରିଥାନ୍ତେ, ତେବେ କମ୍‌ ସମୟର ନୋଟିସ୍‌ ଭିତରେ ଅଧିବେଶନ ଡକାଯାଇପାରିଥାନ୍ତା। ସଦ୍ୟ କ୍ୟାବିନେଟ୍‌ ପ୍ରସ୍ତାବ ଅନୁଯାୟୀ ଏଥିରେ ସରକାର ଆସ୍ଥାଭୋଟ ଲୋଡିବାକୁ ଚାହୁଁଥିବା ଉଲ୍ଲେଖ କରାଯାଇନାହିଁ।

ତେଣୁ ସର୍ତ୍ତ ଅନୁଯାୟୀ ବିଧାନସଭା ଅଧିବେଶନ ଡାକିବା ଲାଗି ୨୧ଦିନିଆ ନୋଟିସ ଜାରି କରାଯିବ। କାରଣ ସରକାର କରୋନା ପ୍ରସଙ୍ଗରେ ଆଲୋଚନା ଲାଗି ଅଧିବେଶନ ଡାକିବାକୁ କ୍ୟାବିନେଟ୍‌ ଯେଉଁ ସୁପାରିସ କରିଛନ୍ତି, ତଦନୁଯାୟୀ, ଏତେ କମ୍‍ ସମୟର ନୋଟିସରେ ସମସ୍ତ ବିଧାୟକଙ୍କୁ ଉପସ୍ଥିତ ରହିବା ଲାଗି ନିର୍ଦେଶ ଦିଆଯାଇପାରିବ ନାହିଁ।

- Advertisement -

ଦ୍ୱିତୀୟରେ ଅଧିବେଶନରେ ଆସ୍ଥା ଭୋଟ ଲୋଡା ଯାଇପାରିବ ନାହିଁ। ଯଦି ଆସ୍ଥା ଭୋଟ ଲୋଡ଼ାଯାଏ ତେବେ ଏହାର ଭିଡିଓ ସିଧା ପ୍ରସାରଣ କରାଯିବ। ତୃତୀୟତଃ ବିଧାନସଭାରେ ବିଧାୟକଙ୍କ ମଧ୍ୟରେ ସାମାଜିକ ଦୂରତା ବ୍ୟବସ୍ଥା କରାଯିବ। ଅଧିବେଶନ ଡାକିବା ନେଇ ସେ କୌଣସି ପ୍ରକାର ବିଳମ୍ବ କରି ନଥିବା କହିଛନ୍ତି। ପୂର୍ବରୁ ଅଧିବେଶନ ଡାକିବା ନେଇ ରାଜ୍ୟ କ୍ୟାବିଟେନର ପ୍ରସ୍ତାବକୁ ରାଜ୍ୟପାଳ ଦୁଇଥର ଫେରାଇ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଗେହଲଟ ଶୁକ୍ରବାର ପ୍ରଥମ ପ୍ରସ୍ତାବ ଦେଇଥିଲେ ହେଁ ପ୍ରସ୍ତାବରେ ଅଧିବେଶନ ଡାକିବା ନେଇ କୌଣସି କାରଣ ଉଲ୍ଲେଖ କରାଯାଇନଥିଲା। ଶନିବାର ରାତିରେ ପୁନର୍ବାର ନୂଆ ପ୍ରସ୍ତାବ ଦିଆଯାଇଥିଲା। ଏଥିରେ ଜୁଲାଇ ୩୧ରୁ ଅଧିବେଶନ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ କରୋନା ମହାମାରୀ ଆଲୋଚନା କାରଣ ଦର୍ଶାଯାଇଥିଲା। କରୋନା ମହାମାରୀ ଯୋଗୁଁ ଏତେ କମ୍‍ ସମୟରେ ବିଧାୟକଙ୍କୁ ଅଧିବେଶନ ଲାଗି ଡାକିବା ସମ୍ଭବ ନଥିବା ଓ ଏଥିପାଇଁ ୨୧ ଦିନର ନୋଟିସ ଜରୁରୀ ବୋଲି ଦର୍ଶାଇ ରାଜ୍ୟପାଳ ପ୍ରସ୍ତାବକୁ ଫେରାଇ ଦେଇଥିଲେ। ରାଜ୍ୟପାଳଙ୍କ ଏପରି ଆଭିମୁଖ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଗେହଲଟ ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହୋଇଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories