www.samajalive.in
Sunday, December 7, 2025
18.1 C
Bhubaneswar

ଦୁଃଖଦ ; ବିଦ୍ୟୁତ ସଂସ୍ପର୍ଶରେ ଆସି ମାଆ, ଦୁଇ ଶିଶୁ ସହ ୪ ମୃତ

ଜୟପୁର : ରାଜସ୍ଥାନର ବାରମେର ଜିଲାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଜଣ ଶିଶୁଙ୍କ ସହ ଜଣେ ମହିଳା,ଅନ୍ୟ ଜଣଙ୍କ ସହ ମୋଟ୍‌‌ ୪ ଜଣଙ୍କ ଜୀବନ ଚାଲି ଯାଇଛି। ପୁଲିସ ସୂଚନାନୁଯାୟୀ, ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡିଛି, ଉକ୍ତ ମହିଳା ତାଙ୍କ ପିତା ଓ ୨ ଶିଶୁ ବାରମେର ଜିଲାରେ ଏକ ଅଟାକଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ୪ ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।
ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ଏଯାଏଁ ହୋଇଥିବା ତଦନ୍ତନୁଯାୟୀ, ଅରଙ୍ଗ ଗ୍ରାମ ପଞ୍ଚାୟତର ରାମଦେବପୁରା ଗାଁର ବାସିନ୍ଦା ଜଣେ ଯୁବକ ନିଜ ପତ୍ନୀ ଓ ୨ ଶିଶୁଙ୍କୁ ଘରେ ଛାଡି କୌଣସି କାମରେ ଦିଲ୍ଲୀ ଯାଇଥିଲେ।
ଶୁକ୍ରବାର ବିଳମ୍ବିତ ରାତିରେ ଅଟାକଳରେ କାମ କରିବା ସମୟରେ ଉକ୍ତ ମହିଳା ଜଣଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ନିଜ ମାଆକୁ ଏପରି ଅବସ୍ଥାରେ ଦେଖି ପିଲାମାନେ ତାଙ୍କୁ ରକ୍ଷା କରିବାକୁ ଉଦ୍ୟମ କରି ନିଜ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ମହିଳାଙ୍କ ଶ୍ୱଶୁର ୩ ଜଣ ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ଦେଖି ସେ ମଧ୍ୟ ରକ୍ଷା କରିବାକୁ ଉଦ୍ୟମ କରି ନିଜେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories