ମୁଁ ବିଜେପି କର୍ମୀ: ରାଜସ୍ଥାନ ରାଜ୍ୟପାଳ
ନୂଆଦିଲ୍ଲୀ: ରାଜ୍ୟପାଳ ଭଳି ସାମ୍ବିଧାନିକ ପଦରେ ରହିବା ସତ୍ତ୍ବେ ବିଜେପି ସପକ୍ଷରେ ପ୍ରଚାର କରିଛନ୍ତି ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ। ସୋମବାର ଶ୍ରୀ ସିଂହ କହିଛନ୍ତି ଯେ ‘ଆମେ ସମସ୍ତେ ବିଜେପି କର୍ମୀ। ଆମେ ଚାହୁଁ ବିଜେପି ଆଗାମୀ ନିର୍ବାଚନରେ ବିଜୟୀ ହେଉ ଓ ନରେନ୍ଦ୍ର ମୋଦୀ ପୁନର୍ବାର ପ୍ରଧାନମନ୍ତ୍ରୀ ହୁଅନ୍ତୁ। ମୋଦୀ ପ୍ରଧାନମନ୍ତ୍ରୀ ହେବା ଦେଶ ପାଇଁ ଜରୁରୀ ଆବଶ୍ୟକ।’ କଲ୍ୟାଣ ସିଂହ ୧୯୯୧ରୁ ୧୯୯୨ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ୨୦୦୯ରେ ସେ ମଧ୍ୟପ୍ରଦେଶରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।