www.samajalive.in
Saturday, December 6, 2025
23.1 C
Bhubaneswar

ରାଜନୀତିରେ ରଜନୀକାନ୍ତଙ୍କ ପ୍ରବେଶ

ଚେନ୍ନାଇ: ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ରାଜନୀତିରେ ପ୍ରବେଶ କରିଛନ୍ତି ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଜନୀକାନ୍ତ। ସେ ରାଜନୀତିରେ ସକ୍ରିୟ ରହିବା ଲାଗି ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି। ଆସନ୍ତା ୩୧ ତାରିଖରେ ସେ ଦଳ ସମ୍ପର୍କରେ ଘୋଷଣା କରିବେ ଏବଂ ନୂଆବର୍ଷରେ ଏହାର ଶୁଭାରମ୍ଭ କରିବେ ବୋଲି କହିଛନ୍ତି।

Image Courtesy: the wire

ଆସନ୍ତାବର୍ଷ ଏପ୍ରିଲ-ମେ ମାସରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ରଜନୀକାନ୍ତଙ୍କ ସକ୍ରିୟ ରାଜନୀତିରେ ପ୍ରବେଶ ବହୁ ଗୁରୁତ୍ଵ ବହନ ବୋଲି କୁହାଯାଉଛି। ରଜନୀକାନ୍ତ ସ୍ବଚ୍ଛ ରାଜନୀତିର ଭରସା ଦେଇ କହିଛନ୍ତି ଯେ, ତାଙ୍କ ପାର୍ଟି ୨୦୨୧ରେ ବିଧାନସଭା ନିର୍ବାଚନ ଲଢ଼ିବ ଏବଂ ବିଜୟୀ ହେବ। ଲୋକଙ୍କ ପ୍ରବଳ ସମର୍ଥନ ସହିତ ତାଙ୍କ ଦଳ ନିର୍ବାଚନରେ ବିଜୟୀ ହେବାରେ ସକ୍ଷମ ହେବ ବୋଲି ରଜନୀ କହିଛନ୍ତି।

- Advertisement -
Image Courtesy: Amar ujala

୬୯ ବର୍ଷୀୟ ରଜନୀକାନ୍ତ ଟ୍ବିଟ୍‌ କରି କହିଛନ୍ତି, ଆଗାମୀ ବିଧାନସଭା ନିର୍ବାଚନରେ ନିଶ୍ଚିତ ରୂପେ ସ୍ବଚ୍ଛ ରାଜନୀତିର ଉଦୟ ହେବ। ପାର୍ଟିର ଶୁଭାରମ୍ଭ ବିଷୟରେ ଡିସେମ୍ବର ୩୧ରେ ଘୋଷଣା କରାଯିବ। ତେବେ ଏହା ପୂର୍ବରୁ ଗତ ସୋମବାର ସେ ନିଜ ସମର୍ଥକମାନଙ୍କ ସହିତ ଏକ ବୈଠକରେ ବିଚାରବିମର୍ଶ କରିଥିଲେ। ବୈଠକ ପରେ ସେ କହିଥିଲେ ଯେ, ସେ ରାଜନୀତିରେ ପ୍ରବେଶ କରିବା ସମ୍ପର୍କରେ ନିଜର ନିଷ୍ପତ୍ତି ଖୁବ୍‌ଶୀଘ୍ର ଜଣାଇବେ। ସେ ରଜନୀ ମକ୍କଲ ମନ୍ଦ୍ରମ(ଆରଏମଏମ)ର ଜିଲା ସଚିବମାନଙ୍କୁ ଭେଟି ରାଜନୀତିରେ ପ୍ରବେଶ କରିବାର ସମ୍ଭାବନା ସମ୍ପର୍କରେ ଆଲୋଚନା କରିଥିବା ନେଇ ମଧ୍ୟ ସେ କହିଛନ୍ତି।

ସୂଚନାଯୋଗ୍ୟ, ରଜନୀକାନ୍ତଙ୍କ ସ୍ବାସ୍ଥ୍ୟକୁ ନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଚିନ୍ତା ବ୍ୟକ୍ତ କରିଆସୁଛନ୍ତି। ରଜନୀକାନ୍ତ ରାଜନୀତିରେ ପ୍ରବେଶ ନ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଆସୁଛନ୍ତି। ଏହା ସତ୍ବେ ସେ ରାଜନୀତିରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟବାସୀ ମଧ୍ୟ ରଜନୀକାନ୍ତଙ୍କ ପଲିଟିକାଲ ଇନିଂସକୁ ଅପେକ୍ଷା କରି ରହିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories